ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଲା ଅକ୍ଷମତା ! ହାତରେ ନୁହେଁ ଦାନ୍ତରେ ତୀର ଚାଳନା କରୁଛନ୍ତି ଅଭିଷେକ

44

କୁହାଯାଏ, ମନରେ ଦୃଢ଼ ବିଶ୍ୱାସ ଥିଲେ ଲକ୍ଷ୍ୟ ପୂରଣ ଅବଶ୍ୟମ୍ଭାବୀ । ଏହାକୁ ସତ କରି ଦେଖାଇଛନ୍ତି ପୋଲିଓଗ୍ରସ୍ତ ତୀରନ୍ଦାଜ ଅଭିଷେକ । ସେ ଦାନ୍ତରେ ତୀର ଚାଳନା କରି ରେକର୍ଡ ସୃଷ୍ଟି କରିଛନ୍ତି । ଭାରତରେ ଏଭଳି କୈାଶଳ ଦେଖାଇବାରେ ସେ ହେଉଛନ୍ତି ପ୍ରଥମ ଆଥଲେଟ ।

ପିଲାଦିନୁ ଅଭିଷେକ ପୋଲିଓରେ ପୀଡିତ ଥିଲେ । ୮ମ ଶ୍ରେଣୀରେ ପଢ଼ୁଥିବା ବେଳେ ଇଣ୍ଟର ସ୍କୁଲ ନ୍ୟାସନାଲ ଲେବେଲରେ ଦୈାଡରେ ଭାଗ ନେଇ ୫ ଓ ୧୦ କିଲୋମିଟର ଦୈାଡରେ ସେ ମେଡାଲ ଜିତିଥିଲେ । କ୍ରୀଡା କ୍ଷେତ୍ରରେ ନାଁ କରିବାକୁ ଇଚ୍ଛା ରଖିଥିବା ଅଭିଷେକଙ୍କର ୨୦୧୦ ଅକ୍ଟୋବର ୨୬ରେ ଏକ ଦୁର୍ଘଟଣାରେ ଆଣ୍ଠୁ ହାଡ ଭାଙ୍ଗିଥିଲା । ଏହି ସମୟରେ ତୀରନ୍ଦାଜ ସନ୍ଦୀପ ଗୋଗୋଇ ତାଙ୍କୁ ପ୍ରେରଣା ଦେଇଥିଲେ । କିନ୍ତୁ ପୋଲିଓ ଯୋଗୁଁ ଡାହାଣ ହାତ ଓ କାନ୍ଧ ସମ୍ପୁର୍ଣ୍ଣ ଦୁର୍ବଳ ହୋଇପଡିଥିଲା । ତଥାପି ସେ ଦାନ୍ତରେ ତୀର ଚାଳନା କରି ନିଆରା ରେକର୍ଡ କଲେ ।

ଧନୁରେ ତୀର ଚାଳନା କରିବାରେ ଖର୍ଚ୍ଚ ହେଉଥିବା ଶକ୍ତିକୁ ପାଉଣ୍ଡେଜ କୁହନ୍ତି । ତେବେ ଥରେ ତୀର ଚାଳନା କଲେ ପାଖାପାଖି ୫୦ କିଲୋ ପାଉଣ୍ଡେଜ ଲାଗେ । ଯାହାକି ବଡ ବଡ ରେସଲରଙ୍କ ପାଇଁ ମଧ୍ୟ କାଠିକର ପାଠ । ଏବେ ସେ ୨୦୨୦ରେ ଟୋକିଓରେ ଆୟୋଜିତ ହେବାକୁ ଥିବା ପାରାଲମ୍ପିକ କ୍ରୀଡାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ।