ଇନଷ୍ଟାଗ୍ରାମ୍ ସର୍ଭେରେ ଯୁବତୀ ଫଲୋଅର୍ସଙ୍କୁ ପଚାରିଲେ ମୋତେ ବଚିଂବା ଦରକାର ନା ମରିଯିବି ? ଫଲୋଅର୍ସ ଦେଲେ ଏଭଳି ଉତ୍ତର ଆତ୍ମହତ୍ୟା କଲେ ଯୁବତୀ ।

524

ସୋସିଆଲ୍ ମିଡ଼ିଆ କିଭଳି ଜଣଙ୍କ ଜୀବନକୁ ବରବାଦ୍ କରିଦିଏ ତାହାର ଏକ ମାମଲା ଏବେ ସାମ୍ନାକୁ ଆସିଛି । ମାଲେସିଆରେ ଜଣେ ୧୬ ବର୍ଷୀୟା କିଶୋରୀ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ନିଜ ଫଲୋଅର୍ସଙ୍କୁ ପଚାରିଥିଲେ ତାଙ୍କୁ ବଞ୍ôଚବା ଦରକାର ନା ମରିବା ଦରକାର । ତେବେ ୬୯ ଫଲୋଅର୍ସ କିଶୋରୀ ଜଣଙ୍କୁ ମରିଯିବା ଦରକାର ବୋଲି କହିଥିଲେ ଯାହା ପରେ ଅବସାଦର ଶିକାର ହୋଇ କିଶୋରୀ ଜଣକ ଆତ୍ମହତ୍ୟା କରିଥିଲେ ।

ମାଲେସିଆ ପୋଲିସ୍ କହିବାନୁସାରେ ଝିଅଟି ଫଟୋ ସେୟାରିଙ୍ଗ୍ ଆପରେ ନିଜ ଫଟୋ ସେୟାର୍ କରି ଏକ ମେସେଜ୍ ପଠାଇଥିଲେ । ଯେଉଁଥିରେ ସେ ଫଲୋଅର୍ସଙ୍କୁ କହିଥିଲେ ଯେ ଜୀବନ/ମୃତ୍ୟୁ ଭିତରୁ ଗୋଟିଏ ମୋ ପାଇଁ ଚୟନ କରନ୍ତୁ । ଏହାପରେ ଯେତେବେଳେ ଅଧିକ ଫଲୋଅର୍ସ ମୃତ୍ୟୁକୁ ଚୟନ କଲେ ସେ ଆତ୍ମହତ୍ୟା କଲେ ।