ମହଙ୍ଗା ପଡିଲା ଟାଟୁ କରିବା ! ଗର୍ଭବତୀ ମହିଳା ଏପରି ସ୍ଥାନରେ ଟାଟୁ କରିଲେ ଯେ ,ଅକାମୀ ହୋଇଗଲା ଅଙ୍ଗ । 

63

ବେଳେ ବେଳେ ଆମର ସଉକ ଘାତକ ସାବ୍ୟସ୍ତ ହୋଇଥାଏ।  ଆମେରିକାର କଲମ୍ବିଆରେ ଘଟିଥିବା ଏହି ଘଟଣା ବିଷୟରେ ଜାଣିଲେ ଆପଣଙ୍କ ଲୋମଟାଙ୍କୁରି ଉଠିବ । ଜଣେ ଟାଟୁ ପ୍ରିୟ ଗର୍ଭବତୀ ମହିଳା ତାଙ୍କ ଶରୀରର ଏପରି ସ୍ଥାନରେ ଟାଟୁ କଲେ, ଯାହା ଦ୍ୱାରା ତାଙ୍କ ଜୀବନ ଏକପ୍ରକାର ବରବାଦ ହୋଇଗଲା । ଯଦି ଆପଣ  ଟାଟୁ ସୌଖୀନ୍ ତେବେ ଏହି ଖବରକୁ ନିଶ୍ଚିତ ପଢନ୍ତୁ।

ଆଜିକାଲି ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ କରିବାର ଏକ ଫ୍ୟାସନ୍ ଚାଲିଛି । ଏହା  ଯୁବପିଢି ମଧ୍ୟରେ ଅଧିକ ଦେଖିବାକୁ ମିଳୁଛି । ଜଣେ ଟାଟୁ ପ୍ରିୟ ଗର୍ଭବତୀ ମହିଳା ତାଙ୍କ ସ୍ତନରେ ଟାଟୁ କରିଥିଲେ। ଏହା ପରେ ତାଙ୍କ ସହ ଯାହା ହେଲା, ତାହା ଶୁଣିଲେ ଆପଣଙ୍କୁ  ଆଶ୍ଚର‌୍ୟ୍ୟ ଲାଗିବ ନିଶ୍ଚୟ । କଲୋମ୍ବିଆର ଜନୈକା ଯୁବତୀ ଲୁସିଆ ନିଜ ସ୍ତନରେ ଟାଟୁ କରିଥିଲେ ଓ ଏହି ଟାଟୁ ଯୋଗୁ  ତାଙ୍କ ସ୍ତନରେ ସାମାନ୍ୟ ସଂକ୍ରମଣ ହୋଇଥିଲା । ଧିରେ ଧିରେ ଏହି ସଂକ୍ରମଣ ଏପରି ଭୟଙ୍କର ରୂପ ନେଲା ଯେ ତାଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଲା । ଡାକ୍ତର ଏହା ଦେଖି କହିଲେ ଆପଣ ଆସିବାରେ ବହୁତ ଡେରି କରିଦେଲେ।

ଅସ୍ତ୍ରୋପଚାର ବିନା ଏହାର ଚିକିତ୍ସା ଅସମ୍ଭବ । ଏହା ପରେ ସେ ଅସ୍ତ୍ରୋପଚାର କରିବାକୁ ରାଜି ହୋଇଗଲେ। କିନ୍ତୁ ସବୁଠାରୁ ବଡ଼ ଅସୁବିଧା ଥିଲା କି ସେ ଗର୍ଭବତୀ ଥିଲେ । ଏହି ଅସ୍ତ୍ରୋପଚାର ଦ୍ୱାରା ତାଙ୍କ ସନ୍ତାନ ଉପରେ କୁପ୍ରଭାବ ପଡିବ ବୋଲି ଡାକ୍ତର କହିଥିଲେ । କିନ୍ତୁ ସେ ତାଙ୍କ ଶରୀରରେ ଯନ୍ତ୍ରଣା ବଢ଼ିବାକୁ ଲାଗିଲା।  କଷ୍ଟ ସହି ନ ପାରି ଲୁସି ଅସ୍ତ୍ରୋପଚାର କରିଥିଲେ ଓ ଅତ୍ୟଧିକ ମେଡିସିନ୍ ଖାଇବା ଦ୍ୱରା ତାଙ୍କ ସନ୍ତାନ ନଷ୍ଟ ହୋଇଯିବା ସହ ମେରୁଦଣ୍ଡ ମଧ୍ୟ ପ୍ରଭାବିତ ହୋଇଯାଇଥିଲା।  ଯାହା ଫଳରେ ସେ ସବୁଦିନ ପାଇଁ ହୁଇଲଚେୟାରରେ ବସିବାକୁ ପଡ଼ିଥିଲା ।