ମୋବାଇଲ ପାଇଁ ଜୀବନ ଗଲା ! ଫୋନକୁ ନେଇ ଭଉଣୀ ସହ ଝଗଡ଼ା ହେବା ପରେ ନିଜକୁ ଗୁଳିମାରି ଆତ୍ମହତ୍ୟା କଲା ୧୭ ବର୍ଷିୟ କିଶୋର

35

କନକ ବ୍ୟୁରୋ : ମୋବାଇଲ ପାଇଁ ଭାଉ-ଭଉଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ଏହି ଚାଲିଗଲା ଭାଇର ଜୀବନ । ଦିଲ୍ଲୀର ଦ୍ୱାରକାରେ ଏପରି ଏକ ଦୁଃଖଦ ଘଟଣା ଘଟିଛି । ମୋବାଇଲକୁ ନେଇ ବିନ୍ଦାପୁର ଅନ୍ତର୍ଗତ ମାଟିଆଲା ଅଞ୍ଚଳରେ ଗୁଲସନ ସେହରାଓ୍ଵାତ୍ ନାମକ ଜଣେ ୧୭ ବର୍ଷିୟ କିଶୋର ଦେଶୀ ପିସ୍ତଲରେ ନିଜକୁ ଗୁଳିମାରି ଜୀବନ ହାରିଛନ୍ତି । ଘଟଣାସ୍ଥଳରୁ ବ୍ୟବହୃତ ପିସ୍ତଲଟିକୁ ଜବତ କରିଛି ପୋଲିସ୍ ।

ସାମାନ୍ୟ ଗୋଟିଏ ମୋବାଇଲ ପାଇଁ ଚାଲିଗଲା ଜୀବନ । ମୋବାଇଲ ପାଇଁ ଝଗଡ଼ା ଭାଇଭଉଣୀଙ୍କ ପାଇଁ କାଳ ସାଜିଲା । ଡାକ୍ତରଙ୍କ କହିବାନୁସାରେ, ଡାକ୍ତରଖାନାକୁ ଅଣାଯିବା ବେଳେ ଗୁଲସନଙ୍କ ଦେହରୁ ପ୍ରବଳ ରକ୍ତସ୍ରାବ ହେଉଥିଲା । ଡାକ୍ତରଖାନା ପହଞ୍ଚିଲାବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା । ଗୁଳି ଜନିତ କ୍ଷତ କଳା ଦେଖାଯାଉଥିବାରୁ ଗୁଳି ଅତି ନିକଟରୁ ବାଜିଥିବା ଜଣାପଡୁଛି । ତା’ର ପକେଟ ଯାଞ୍ଚ କରାଯିବା ପରେ ସେଥିରୁ ୪ଟି .୭୬୫ ଏମ୍ଏମର ଗୁଳି ମିଳିଛି ବୋଲି ପୁଲିସ କହିଛି ।

ଗୁଲସନଙ୍କ ବାପା ରଣବୀର ସିଂହ ସେହରାଓ୍ଵତ୍ ଡାକ୍ତରଙ୍କୁ କହିଛନ୍ତି ଯେ ପୁଅ ନିଜକୁ ନିଜେ ଗୁଳି ମାରିଛି । ସେ ଗୋଟାଏ ମୋବାଇଲ୍ ଫୋନ୍ ଭାଙ୍ଗି ପକାଇ ଥିବାରୁ ଭଉଣୀ ସହ ତା’ର ଝଗଡ଼ା ହୋଇଥିଲା । ରାଗିଯାଇ ଶନିବାର ରାତିରେ ସେ ଘରୁ ପଳାଇ ଯାଇଥିଲା । ରବିବାର ସକାଳେ ସେ ଘରକୁ ଫେରି ଡୋର୍‌ ବେଲ୍‌ ବଜାଇବା ପରେ ନିଜକୁ ଗୁଳି ମାରିଦେଇଥିଲା । ଆଉ କବାଟ ଖୋଲି ଦେଖିଲା ବେଳକୁ ପୁଅ ଲହୁଲୁହାଣ ହୋଇ ତଳେ ପଡ଼ିଛି। ଆଉ ତାଙ୍କୁ ଡାକ୍ତରଖାନା ନେଲା ବେଳକୁ ବହୁତ ଡ଼େରୀ ହୋଇଯାଇଥିଲା । ସେତେବେଳକୁ ଗୁଲସନଙ୍କ ପ୍ରାଣଦୀପ ଲିଭି ସାରିଥିଲା ।