ସାବଧାନ ! ଟେଡିବିୟର ଆପଣଙ୍କ ଛୁଆର ସ୍ୱାସ୍ଥ୍ୟକୁ ଖରାପ କରିପାରେ

45

ଟେଡିବିୟର ସାଧାରଣତଃ ଝିଅମାନଙ୍କର ବହୁତ ପସନ୍ଦ । ଟେଡି ବିୟର ପ୍ରାୟ ସବୁ ଶିଶୁଙ୍କର ଗୋଟିଏ ମନପସନ୍ଦର ଖେଳଣା । ଶିଶୁଟିଏ ଘରେ ରହୁ କିଂବା ଲଙ୍ଗ ଟୁରରେ ବାହାରକୁ ଗଲାବେଳେ ସାଙ୍ଗରେ ଟେଡି ବିୟରକୁ ନେବାକୁ ପସନ୍ଦ କରିଥାଏ । ଏପରି କି ଖାଇବା ଠାରୁ ଶୋଇବା ପର୍ୟ୍ୟନ୍ତ ପିଲା ପାଖରେ ଥାଏ ଟେଡି ବିୟର ।

ହେଲେ ଏକ ଗବେଶଣାରୁ ଜଣାପଡିଛି ଯେ, ଏହି ଟେଡି ବିୟର ଆପଣଙ୍କ ଶିଶୁ ପାଇଁ ରୋଗର କାରଣ ହୋଇପାରେ। ବୈଜ୍ଞାନିକଙ୍କ ମତରେ ୮୦ ପ୍ରତିଶତ ଟେଡି ବିୟରରେ ମାରାତ୍ମକ ବ୍ୟାକ୍ଟେରିଆ ରହିଥାଏ। ଯାହା ଶିଶୁକୁ ଝାଡାବାନ୍ତି ଭଳି ରୋଗରେ ଆକ୍ରାନ୍ତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ୯୦ ପ୍ରତିଶତ ଟେଡି ବିୟରରେ ଧୂଳି ଓ ଜୀବାଣୁ ଲାଗି ରହିଥାଏ। ପ୍ରତି ୪ଜଣରେ ୩ ଟେଡି ବିୟରକୁ ସଫା କରୁନଥିବା ଗବେଷଣାରୁ ଜଣାପଡିଛି ।

ତାସହ କିପରି ପିଲାଙ୍କୁ କିପରି ଏଥିରୁ ଦୂରେଇ ରଖିବେ ସେଥିପ୍ରତି ସତର୍କତା ଅବଲମ୍ବନ କରନ୍ତୁ । ଟେଡି ବିୟରକୁ ଆଣ୍ଟି ବ୍ୟାକ୍ଟରିଆ କ୍ଲିଞ୍ଜରରେ ନିୟମିତ ସଫା କରନ୍ତୁ କିମ୍ୱା ଡିଟଜେଣ୍ଟରେ ମଧ୍ୟ ସଫା କରିପାରିବେ। କୌଣସି କପଡା ସହ ମିଶାଇ ଟେଡି ବିୟରକୁ ନ ଧୋଇ ତାହାକୁ ଅଲଗା ସଫା କରନ୍ତୁ। ଫଳରେ ଅନ୍ୟ କପଡାରେ ଥିବା ବ୍ୟାକ୍ଟରିଆ ଟେଡିରେ ଲାଗି ନ ଥାଏ। ସଫା କରିବା ସମୟରେ ପାଣିରେ ଡେଟଲ ପକାଇବାକୁ ଭୁଲନ୍ତୁ ନାହିଁ । ଟେଡି ବିୟରକୁ ସଫା କରି ଖରାରେ ଶୁଖାନ୍ତୁ। ଗରମ ପାଣିରେ କପଡାକୁ ଭିଜାଇ, ସେହି କପଡାରେ ନିୟମିତ ସଫା କରନ୍ତୁ । ଫଳରେ ଲାଗିଥିବା ଜୀବାଣୁ ସଫା ହେବା ସହ ଆପଣଙ୍କ ପିଲାକୁ ସୁସ୍ଥ ଓ ନିରାମୟ ଜୀବନ ବିତାଇବାରେ ସହାୟକ ହୋଇଥାଏ ।