ଘୋର ବିପଦରେ ଦୁନିଆର ଏକ ଚତୁର୍ଥାଂଶ ଲୋକ : ସାବଧାନ ନହେଲେ ଯାଇପାରେ ଜୀବନ

47

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଅଧିକ ଶାରୀରିକ ପରିଶ୍ରମ କରିବା ପାଇଁ ପସନ୍ଦ କରୁନାହାନ୍ତି । କାରଣ ଛୋଟରୁ ବଡ଼ କାମ ସବୁ ମୋବାଇଲରେ ହୋଇଯାଉଛି । କିଛି କରିବା ପାଇଁ ଆଉ ଆଗ ପରି ଧାଁଧପଡ଼ କରିବା ପାଇଁ ପଡ଼ୁନାହିଁ । ମାତ୍ର ଗୋଟିଏ କ୍ଲିକରେ ସବୁକିଛି ସମ୍ଭବ ହୋଇପାରୁଛି । ଆଉ ଏଥିପାଇଁ ଲୋକାଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପଡ଼ୁନାହିଁ । ଆଉ ଧୀରେ ଧୀରେ ଲୋକମାନେ ଅଳସୁଆ ହୋଇଯାଉଛନ୍ତି । ତେବେ ଆପଣ ବି ଯଦି ଏପରି ହୋଇ ଯାଇଛନ୍ତି, ତେବେ ଆପଣଙ୍କ ପାଇଁ ଖବର ଶୁଭ ନୁହେଁ । ବର୍ତ୍ତମାନର ଆରାମଦାୟକ ଜୀବନ କିଛି ଦିନ ପରେ ଭୟଙ୍କର ସମସ୍ୟା ସୃଷ୍ଟି କରିବ । ଏବେ ବସି ରହିବା ପାଇଁ ଆମେ ପସନ୍ଦ କରୁଛନ୍ତି, କିନ୍ତୁ କିଛି ବର୍ଷ ପରେ ଏହି ଆରାମଦାୟକ ଜୀବନ ଜୀବନ ବି ନେଇଯାଇପାରେ । ଗତ ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ଦୁନିଆର ଏକ ଚତୁର୍ଥାଂଶ ଜନସଂଖ୍ୟା ସୁସ୍ଥ ରହିବା ପାଇଁ ଆବଶ୍ୟକ ଅନୁଯାୟୀ ଶାରୀରିକ ପରିଶ୍ରମ କରନ୍ତି ନାହିଁ । ଯେଉଁଥିପାଇଁ ହୃଦୟ ସମ୍ମନ୍ଧିତ, ଡାଇବେଟିସ୍, କ୍ୟାନସର ପରି ବିଭିନ୍ନ ପ୍ରକାର ଭୟଙ୍କର ରୋଗର ହେବାର ସମ୍ଭାବନା ରହିଛି । ଅନ୍ତର୍ଜାତୀୟ ମେଡ଼ିକାଲ ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନ ଅନୁସାରେ ପୁରା ଦୁନିଆରେ ୧.୪ ଆରବ ଲୋକଙ୍କ ଜୀବନ ଘୋର ବିପଦରେ ଅଛି । ଦୁନିଆରେ ପ୍ରତି ୩ ଜଣରେ ଜଣେ ମହିଳା ଓ ପ୍ରତି ୪ ଜଣରେ ଜଣେ ପୁରୁଷ ଏହି ସମସ୍ୟାର ଶିକାର ହେଉଛନ୍ତି । ୨୦୦୧ରୁ ଏଥିରେ କୌଣସି ସୁଧାର ଆସିନାହିଁ । ଭାରତରେ ୨୫ ପ୍ରତିଶତ ପୁରୁଷ ଓ ୫୦ ପ୍ରତିଶତ ମହିଳା ମଧ୍ୟ ଏହି ଶ୍ରେଣୀ ଅନ୍ତର୍ଭୁକ୍ତ ।

ମଣିଷ ଜୀବନରେ ଜ୍ଞାନକୌଶଳର ପ୍ରଭାବ ଏତେ ଅଧିକ ମାତ୍ରାରେ ଅଛି ଯେ ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସବୁବେଳେ ମୋବାଇଲ, କମ୍ପ୍ୟୁଟରରେ ବିତୁଛି । ଏପରି ହେବା ଦ୍ୱାରା ଲୋକେ ଅଧିକ ଅଳସୁଆ ହୋଇଯାଉଛି । ଇଂଟରନେଟ୍ କ୍ରାନ୍ତି ପରେ ଉଦ୍ୟୋଗିତ କ୍ଷେତ୍ରରେ କମ୍ପ୍ୟୁଟରରେ ବ୍ୟବହାର ମଣିଷ ମସ୍ତିସ୍କକୁ ମଧ୍ୟ ନିଷ୍କ୍ରିୟ ହୋଇଯାଉଛି ।

ଗରିବ ଦେଶ ତୁଳନାରେ ବ୍ରିଟେନ୍ ଓ ଆମେରିକା ପରି ଦେଶରେ ୩୭ ପ୍ରତଶିତ ଲୋକ ପର୍ଯ୍ୟାପ୍ତ ଶାରୀରିକ ପରିଶ୍ରମ କରନ୍ତି । ମଧ୍ୟମ ଧରଣର ଆୟ କରୁଥିବା ଦେଶ ଗୁଡ଼ିକରେ ଏହା ୨୬ ପ୍ରତିଶତ ରହିଛି । ମିଶ୍ର ଆୟ କରୁଥିବା ଦେଶରେ ଏହାର ରହିଛି ୧୬ ପ୍ରତିଶତ । ଗରିବ ଦେଶରେ ଲୋକମାନେ ନିଜର ଜୀବିକା ନିର୍ବାହ ପାଇଁ ଅଧିକ କାମ କରନ୍ତି । ତେଣୁ ଉକ୍ତ ଦେଶ ଗୁଡ଼ିକରେ ଏପରି ସମସ୍ୟା କମ୍ ଦେଖିବା ପାଇଁ ମିଳୁଛି । ତେବେ ସୂଚନା ଅନୁସାରେ ସମସ୍ତ ଦେଶରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ନିଷ୍କ୍ରିୟ ଅଟନ୍ତି ।