ସିସିଟିଭିରେ ଏଟିଏମରୁ ଟଙ୍କା ଲୁଟ ଉଦ୍ୟମର ଲାଇଭ୍ ଚିତ୍ର : ୟୁଟ୍ୟୁବ୍ ଭିଡିଓ ଦେଖି ଯୁକ୍ତ ତିନିର ଛାତ୍ର କରୁଥିଲା ଚୋରୀ ଉଦ୍ୟମ

45

କନକ ବ୍ୟୁରୋ : ସିସିଟିଭିରେ ଏଟିଏମରୁ ଟଙ୍କା ଲୁଟ ଉଦ୍ୟମର ଲାଇଭ୍ ଚିତ୍ର । ହାତରେ ଥିଲା ଚୁମ୍ବକ ଆଉ ଦୁଇଟି ଲୁହା ପାତିଆ । ମୁଖାପିନ୍ଧି ସମ୍ବଲପୁର ବୁଢ଼ାରଜା ଅଂଚଳରେ ଥିବା ୟୁକୋ ବ୍ୟାଙ୍କ୍ ଏଟିଏମକୁ ପଶିଥିଲେ ଯୁକ୍ତ ତିନିରେ ପାଠପଢ଼ୁଥିବା କମଲ ଚନ୍ଦ୍ର ମେହେର । ସାଥିରେ ନେଇ ଯାଇଥିବା ସରଞ୍ଜାମ ସହ ଏଟିଏମର ପ୍ରଥମ ଦ୍ୱାର ଖୋଲିବାକୁ ସକ୍ଷମ ବି ହୋଇଥିଲେ । ହେଲେ ଟଙ୍କା ଲୁଟ୍ କରି ଫେରାର ହେବା ପୂର୍ବରୁ ପଡ଼ିଗଲେ ପୁଲିସ୍ ହାବୁଡରେ ।

ଲୁଟ୍ ଉଦ୍ୟମରେ ଧରାପଡ଼ିଥିବା ଏହି କଲେଜ ଛାତ୍ର, ପୁଲିସ ଆଗରେ ଯେଉଁ ତଥ୍ୟ ରଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଇଛି । ବୟସ ମାତ୍ର ୧୯, ସମ୍ବଲପୁରର ପ୍ରତିଷ୍ଠିତ କଲେଜର ବାଇଲୋଜି ବିଭାଗରେ ଯୁକ୍ତ ତିନିର ଦ୍ୱିତୀୟ ବର୍ଷ ଛାତ୍ର । ହେଲେ ସହଜରେ ଟଂକା ପାଇବାର ନିଶା ତାଙ୍କୁ ସଜାଇ ଦେଇଥିଲା ଲୁଟେରା । ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହ ଘେରକୁ ଆସିଥିଲେ କମଲ । ଆଉ ଧରାପଡ଼ିଲା ପରେ ପଦାକୁ ଆସିଲା ତଥ୍ୟ ।

ସୋସିଆଲ ମିଡ଼ିଆ ଏବଂ ଇଂଟରନେଟର ଅପବ୍ୟବହାର କେମିତି ଅଳ୍ପ ବୟସର ପିଲାଙ୍କୁ ଭୁଲ ବାଟକୁ ଟାଣି ନେଉଛି, ତାର ଏକ ଉହାରଣ ହେଉଛି ସମ୍ବଲପୁର ଏହି ଲୁଟ୍ ଉଦ୍ୟମ ଘଟଣା ।