ମୋବାଇଲ୍ ବ୍ୟାଟେରୀ ସହ ଜଡିତ ଥିବା କିଛି ଗୁଜବ … କ’ଣ ଜାଣିଛନ୍ତି କି ?

32

ବର୍ତ୍ତମାନ ମୋବାଇଲ୍ ଫୋନ୍ ଯେଭଳି ଆମ ଶରୀରର ଏକ ଅଭିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି । ପୂର୍ବରୁ କେବଳ ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା କରିବା ଭିତରେ ଏହି ଧାରା ସୀମିତ ଥିଲା କିନ୍ତୁ ଏବେ ଏହି ସ୍ମାର୍ଟଫୋନରେ ଆମେ ବିଭିନ୍ନ ପ୍ରକାର ଆପ୍ ଡାଉନଲୋଡ୍ କରି ଏହାର ଫାଇଦା ନେଇପାରୁଛେ ।

ତେବେ ଯେତେବେଳେ ବି ଆମେ ଗୋଟିଏ ନୁଆ ଫୋନ୍ କିଣିବାକୁ ଇଚ୍ଛା କରୁଛେ ସେତେବେଳେ ଏହାର ବିଭିନ୍ନ ଫିଚର୍ ଏବଂ ବ୍ୟାଟେରୀ ସମ୍ବନ୍ଧୀୟ ତଥ୍ୟ ପଚାରିବାକୁ ଜମାରୁ ଭୁଲିନଥାଉ । କିନ୍ତୁ କିଛି ଗୁଜବ କାରଣରୁ ଫୋନ୍ କିଣିଲା ବେଳେ ଆମେ ସତର୍କତା ଅବଲମ୍ବନ କରିଥାଉ । ତେବେ ଏଭଳି ବ୍ୟାଟେରୀ ଜନିତ ଗୁଜବକୁ ନେଇ ଆଜି ଆମେ ଆପଣଙ୍କୁ ଅବଗତ କରାଇବୁ ।

୧. କୁହାଯାଏ ଯେ ରାତିସାରା ଫୋନକୁ ଚାର୍ଜରେ ବସାଇଲେ ଫୋନ୍ ଶୀଘ୍ର ଖରାପ ହେବାର ସମ୍ଭାବନା ବଢିଯାଏ । କିନ୍ତୁ ବର୍ତ୍ତମାନର ସ୍ମାର୍ଟଫୋନରେ ଏଭଳି ସମସ୍ୟା ସହ ମୁକାବିଲା କରିବା ପାଇଁ ଇନବିଲ୍ଟ ସର୍କିଟ୍ ରହିଥାଏ । ଯାହାଦ୍ୱାରା ଏହି ସମସ୍ୟାର ଅସୁବିଧା ଦେଖାଯାଏନାହିଁ ।

୨. ଅନ୍ୟପକ୍ଷରେ କୁହାଯାଏ ଯେ ମୋବାଇଲ୍ ଚାର୍ଜରେ ବସିଥିବା ସମୟରେ ବ୍ୟବହାର କଲେ ବ୍ଲାଷ୍ଟ ହେବାଭଳି ସମସ୍ୟା ଉପୁଜେ କିନ୍ତୁ ଅସଲି କଥା ହେଉଛି ମୋବାଇଲକୁ ସାଧାରଣ ଠାରୁ ଅଧିକ ସମୟ ବ୍ୟବହାର କଲେ କିମ୍ବା ଫୋନର ସଫ୍ଟୱେର ଏବଂ ହାଡୱେରରେ ସମସ୍ୟା ଥିଲେ ଫୋନ୍ ବ୍ଲାଷ୍ଟ୍ ହୋଇଥାଏ ।

୩. ୪ଜି ଫୋନକୁ ମଧ୍ୟ ଏଥିପାଇଁ ଦାୟୀ କରାଯାଏ । କିନ୍ତୁ ଅସଲ କଥା ହେଉଛି ଭଲ କ୍ୱାଲିଟି ଏବଂ ସିଗନାଲରେ ଅସୁବିଧା ଉପୁଜୁଥିବାରୁ ଏଭଳି ସମସ୍ୟା ଦେଖାଯାଏ ।

୪. ମୋବାଇଲକୁ ଲାପଟପରେ ଚାର୍ଜ କରିବା ପାଇଁ ଯେଭଳି ମନା ହିଁ କରାଯାଏ । କିନ୍ତୁ ଲାପଟପରେ ମୋବାଇଲକୁ ଚାର୍ଜ କରବା ଦ୍ୱାରା ଉଭୟକୁ କୌଣସି ଅସୁବିଧା ହୋଇନଥାଏ । କିନ୍ତୁ ସ୍ପିଡ୍ କମି ଯାଇଥାଏ ।