ରିସର୍ଚ୍ଚରୁ ଆସିଲା ସାଘାଂତିକ ତଥ୍ୟ ! ୫ ଜି ନେଟୱର୍କରେ ୟୁଜରଙ୍କ ଡାଟା ହେବ ଲିକ୍ ।

166

ସାରା ଦୁନିଆରେ ଇଣ୍ଟରନେଟ୍ ର ସ୍ପିଡକୁ ବଢାଇବା ପାଇଁ ୫ ଜି ନେଟୱର୍କର ଟେଷ୍ଟ୍ କରାଯାଉଛି । ଆଗାମୀ ସମୟରେ ଏହାକୁ ରୋଲ୍ ଆଉଟ୍ ମଧ୍ୟ କରାଯିବ । ଏହାସହ ସାମସଙ୍ଗ୍ ,ହୱାଇ ଭଳି ସ୍ମାର୍ଟଫୋନ୍ ପ୍ରସ୍ତୁତ କରୁଥିବା କମ୍ପାନୀ ମଧ୍ୟ ଚଳିତ ବର୍ଷ ନିଜ ୫ ଜି ନେଟୱର୍କକୁ ସପୋର୍ଟ କରିବା ପାଇଁ ସ୍ମାର୍ଟଫୋନ୍ ଲଞ୍ଚ କରୁଛି । ୨୪ ଫେବୃୟାରୀରେ ସ୍ପେନରେ ଆୟୋଜିତ ହେବାକୁ ଥିବା ଏମଡବ୍ଲ୍ୟୁସି ୨୦୧୯ ରେ କିଛି ୫ ଜି ଫୋନକୁ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା ରହିଛି । ତେବେ ୫ ଜି ନେଟୱର୍କ ପାଇଁ ଗବେଷକଙ୍କ ମଧ୍ୟରେ ଯେତେ ଉତ୍ସୁକତା ରହିଛି ତାଠାରୁ ଅଧିକ ଚିନ୍ତାରେ ରହିଛନ୍ତି ଗବେଷକ ।

ରିସର୍ଚ୍ଚରଙ୍କ କହିବାନୁସାରେ ଏହି ନେଟୱର୍କ ଆସିବା ପରେ ୟୁଜର୍ସ ଡାଟା ଲିକ୍ ହେବାର ସମ୍ଭାବନା ଅଧିକ ବଢିଯାଏ । ଟେକ୍ନିକାଲ୍ ବିଶ୍ୱବିଦ୍ୟାଳୟ ବର୍ଲିନ୍ ତରଫରୁ ଏଥିରେ ୟୁଜରଙ୍କ ପ୍ରାଇଭେସିକୁ ନେଇ ଚିନ୍ତାଜନକ ବୋଲି କୁହାଯାଇଛି । ରିସର୍ଚ୍ଚରଙ୍କ ମତରେ ୫ ଜି ନେଟୱର୍କରେ ଫୋନ୍ ସୁରକ୍ଷିତ ରୁପରେ ସେଲ୍ୟୁଲର୍ ନେଟୱର୍କ ସହ କନେକ୍ଟ କରିପାରିବ ନାହିଁ । ୫ଜି ଏୟାରବେସ୍ ମାଧ୍ୟମରେ ଖୁବ୍ ସହଜରେ ୟୁଜରଙ୍କ ଡାଟା ହ୍ୟାକ୍ ହୋଇପାରିବ ଏବଂ ଫୋନରୁ ଜରୁରୀ ଇନଫରମେସନ୍ ଲିକ୍ ହୋଇପାରିବ । ରିସର୍ଚ୍ଚର ଏହି ସିକ୍ୟୁରିଟି ଟେଷ୍ଟକୁ ୪ ଜି ନେଟୱର୍କରେ ଟ୍ରାଏ କରୁଛନ୍ତିି । ତେବେ ୫ ଜିର ଏହି ସେବାକୁ ଚଳିତ ବର୍ଷର ଶେଷ ଆଡକୁ ଲଞ୍ଚ କରାଯିବ ।