ହ୍ୱାଟ୍ସଆପରେ କରନ୍ତୁ ଅଟୋମେଟିକ୍ ରିପ୍ଲାଇ ! ଜାଣନ୍ତୁ କେମିତି କରିବେ ଏହାର ପ୍ରୟୋଗ –

60

ହ୍ୱାଟ୍ସଆପ୍ ଏକ ଏମିତି ଲୋକପ୍ରିୟ ମେସେଜିଂ ଆପ୍ ଅଟେ , ଯାହା ଜରିଆରେ ଲୋକେ ବ୍ୟସ୍ତ ରହିବି ଅନ୍ୟ ସହ ଭାବର ଆଦାନପ୍ରଦାନ କରିପାରୁଛନ୍ତି । କିନ୍ତୁ ବେଳେବେଳେ ଏମିତି ହୁଏ କି ବ୍ୟସ୍ତତା ଭିତରେ ନିଜର ଅତି ସଂପର୍କୀୟଙ୍କୁ ବି ରିପ୍ଲାଇ ଦେଇହୋଇନଥାଏ । ଫଳରେ ପଛରେ ମନସ୍ତାପ କରିବାକୁ ପଡେ । ଏହିକୁ ଧ୍ୟାନ ରଖି ଆମେ ପାଣଙ୍କୁ ଏମିତି ଏକ ଟ୍ରିକ୍ କହିବୁ ଯାହା ଦ୍ୱାରା ଆପଣ ନିଜର ସ୍ମାର୍ଟଫୋନକୁ ବିନା ଛୁଇଁବାରେ ବି ରିପ୍ଲାଇ ଦେଇପାରିବେ । ଏହା ଏକ ଚକିତ କଲାଭଳି କଥା ନୁହେଁ କି ? ତେବେ ଆସନ୍ତୁ ଜାଣିବା କେମିତି କରିବେ ଅଟୋ-ରିପ୍ଲାଇ ।

ଅନଲାଇନରେ ଏମିତି ଅନେକ ଆପ୍ସ ଅଛିି ଯାହା ଆପଣଙ୍କୁ ହ୍ୱାଟ୍ସ ଆପ୍ ରେ ଅଟୋ ରିପ୍ଲାଇ କରିବାରେ ସାହାଯ୍ୟ କରିବ । ଏଥିପାଇଁ ସବୁଠୁ ପ୍ରଥମେ ୟୁଜରକୁ ସ୍ମାର୍ଟଫୋନ୍ ରେ ‘ଅଟୋରେସ୍ପଣ୍ଡର ଫର୍ ହ୍ୱାଟ୍ସଆପ୍’ ଆପକୁ ଇନଷ୍ଟାଲ୍ କରିବାକୁ ହେବ । ଏହା ଏକ ଫ୍ରୀ ଆପ୍ ଅଟେ । ଏହି ଆପ୍ କୁ ଇନଷ୍ଟାଲ୍ କରିବା ପରେ ଆପଣଙ୍କୁ ଏହି ଆପ୍ ନିଜର ହ୍ୱାଟ୍ସଆପ୍ ଆକାଉଣ୍ଟରେ ଲିଙ୍କ୍ କରିବାକୁ ହେବ । ଯାହା ପରେ ସେଟିଂସ୍ ରେ କିଛି ପରିବର୍ତ୍ତନ କରି ଆପଣ ଯେକୌଣସି ମେସେଜକୁ ଅଟୋ-ରିପ୍ଲାଇ କରିପାରିବେ ।

କେମିତି କରିବେ ବ୍ୟବହାର ?
ଷ୍ଟେପ୍ -୧ – ସବୁଠୁ ପ୍ରଥମେ ଫୋନରେ ଏହି ଆପ୍ କୁ ଡାଉନଲୋଡ୍ କରି ଏହାକୁ ଇନଷ୍ଟାଲ୍ କରିନିଅନ୍ତୁ । ଏବେ ଅଟୋରେସ୍ପଣ୍ଡର ଫର୍ ହ୍ୱାଟ୍ସଆପ୍ ଆପକୁ ଓପନ କରନ୍ତୁ ।

ଷ୍ଟେପ୍ -୨ – ଏବେ ନୋଟିଫିକେସନ ସେଟିଂ ରେ କ୍ଲିକ୍ କରନ୍ତୁ । ଏବଂ ଆପ୍ କୁ ନୋଟିଫିକେସନ ଆକ୍ସେସ୍ ପାଇ ଅନୁମତି ଦେବ ।

ଷ୍ଟେପ୍-୩ – ଏହାପରେ ନୂଆ ନିୟମ କରିବା ପାଇଁ ‘+’ଆଇକନ୍ ରେ କ୍ଲିକ୍ କରନ୍ତୁ ।

ଷ୍ଟେପ୍-୪ – ଏବେ ଆପଣ ‘ରିସିଭଡ୍ ମେସେଜ୍’ ସେକ୍ସନରେ ଯାହା ବି ମେସେଜ ପଠାଇବାକୁ ଅଛି , ଏହାକୁ ରିପ୍ଲାଇ ଟେକ୍ସକୁ ଯାଇ ଲେଖିପାରିବେ ।

ଷ୍ଟେପ୍-୫ – ଏହି ପ୍ରକାର ଆପ୍ ‘ରିପ୍ଲାଇ ମେସେଜ୍’ ସେକ୍ସନରେ ଯାହା ବି ମେସେଜ ପଠାଇବାର ଅଛି , ଏହାକୁ ଟମ୍ପ୍ କରି ଏଣ୍ଟର କରନ୍ତୁ ।

ଷ୍ଟେପ୍-୬- ଏବେ ଆପଣ ସ୍କ୍ରଲ୍ ଡାଉନ୍ କରି ରିସିଭର କୁ ସିଲେକ୍ଟ କରନ୍ତୁ । କଣ୍ଟାକ୍ଟ ବା ଗ୍ରୁପ୍ ଦୁଇଜଣକୁ ।

ଷ୍ଟେପ୍- ୭- ଯଦି ଆପଣ କୌଣସି ଖାସ୍ କଣ୍ଟାକ୍ଟକୁ ଅଟୋମେଟିକ୍ ରିପ୍ଲାଇ ପଠାଇବାକୁ ଚାହାଁନ୍ତି ତ ‘ସ୍ପେସିଫିକ୍ କଣ୍ଟାକ୍ଟସ’ ସେକ୍ସନରେ ଏହି କଣ୍ଟାକ୍ଟକୁ ଏଣ୍ଟର କରନ୍ତୁ ବା ‘ଇଗ୍ନୋରଡ କଣ୍ଟାକ୍ଟସ’ ସେକ୍ସନ ଏହି କଣ୍ଟାକ୍ଟକୁ ଏଣ୍ଟର କରନ୍ତୁ ଯାହାକୁ ଆପଣ ଅଟୋମେଟିକ୍ ରିପ୍ଲାଇ ପଠାଇବାକୁ ଚାହୁଁନାହାନ୍ତି ।

ଷ୍ଟେପ୍-୮- ସେଟିଂ ସଂପୂର୍ଣ୍ଣ କରିସାରିବା ପରେ ‘ଟିକ୍ ବଟନ’ରେ କ୍ଲିକ୍ କରନ୍ତୁ ।

ଷ୍ଟେପ୍-୯- ଏବେ ଆପଣଙ୍କ ପାଖରେ ଯେମିତି ମେସେଜ୍ ଆସିବ ତ ଆପଣଙ୍କୁ ତରଫରୁ ସେହି ମେସେଜ୍ ସେଣ୍ଡ ହୋଇଯିବ ।

ଏହା ବ୍ୟତୀତ , ଆପଣ ‘ଅଟୋ-ରିପ୍ଲାଇ ଫର୍ ହ୍ୱାଟ୍ସଆପ୍’ ଆପ୍ ର ମଧ୍ୟ ବ୍ୟବହାର କରି ହ୍ୱାଟ୍ସଆପ୍ ରେ ନିଜର କଣ୍ଟାକ୍ଟ କୁ ଅଟୋ ରିପ୍ଲାଇ କରିପାରିବେ ।

କେମିତି କରିବେ ସେଟିଂ , ଜାଣନ୍ତୁ–
ଷ୍ଟେପ୍-୧ – ଇନଷ୍ଟାଲ୍ ହେବା ପରେ ଆପ୍ କୁ ଓପନ୍ କରନ୍ତୁ । ଯାହାପରେ ଆପଣଙ୍କୁ ଏକ ‘ ଗ୍ରାଣ୍ଟ ପରିମିସନ’ ର ମେସେଜ ଆସିବ ।

ଷ୍ଟେପ୍-୨ –ଏଥିପାଇଁ ୟୁଜର କୁ ନୋଟିଫିକେସନ ଆକ୍ସେସ୍ କୁ ଯାଇ ହ୍ୱାଟ୍ସଆପ୍ ରିପ୍ଲାଇ ଆପ୍ କୁ ଅନ୍ କରିବାକୁ ହେବ ।

ଷ୍ଟେପ୍-୩ – ଏବେ ଆପ୍ ଓପନ୍ ହେବା ପରେ ଅଟୋ-ରିପ୍ଲାଇର ସମୟ ଓ ଅଟୋ-ରିପ୍ଲାଇର ଫିଚର ନଜର ଆସିବ ।

ଷ୍ଟେପ୍-୪- ଯଦି ଆପଣ ଗ୍ରୁପ୍ ରେ ଅଟୋ-ରିପ୍ଲାଇ ନକରିବାକୁ ଚାହୁଁଛନ୍ତି , ତ ଆପଣ ଏନାବଲ୍ ଅପସନରୁ ଟିକ୍ ହଟାଇପାରିବେ ।

ଷ୍ଟେପ୍-୫ – ଅଟୋ ରିପ୍ଲାଇରେ ଆପଣଙ୍କୁ ଯାହା ବି ମେସେଜ୍ ପଠାଇବ , ଏହାକୁ ରିପ୍ଲାଇ ଟେକ୍ସକୁ ଯାଇ ଲେଖିପାରିବେ।

ଷ୍ଟେପ୍ -୬ – ଏବେ ଆପଣଙ୍କ ପାଖକୁ ମେସେଜ ଆସିଲେ , ଆପଣ ନିର୍ଦ୍ଦିଷ୍ଟ କରିଥିବା ସମୟରେ ଆପଣଙ୍କ ମେସେଜ୍ ସେଣ୍ଡ ହୋଇଯିବ ।

ଷ୍ଟେପ୍ -୭ – ଆପଣ ଯଦି ଚାହିଁବେ ଅଟୋ-ରିପ୍ଲାଇର ଫିଚରକୁ ଡିସେବଲ୍ ମଧ୍ୟ କରିପାରିବେ ।

( ସୌଜନ୍ୟ-ନବଭାରତ ଟାଇମ୍ସ)