ବିଜୟରୁ ବର୍ଷ ଆରମ୍ଭ କଲା ଟିମ୍ ଇଣ୍ଡିଆ । ୩ୟ ଟି-ଟ୍ୱେଣ୍ଟିରେ ଦମଦାର ବିଜୟ ସହ ସିରିଜ ହାତେଇଲା ଭାରତ

383

କନକ ବ୍ୟୁରୋ: ପୁନେରେ ସିରିଜ ପୋଛିନେଲା ଭାରତ । ୩ୟ ଟି-ଟ୍ୱେଣ୍ଟିରେ ବି ବାଜି ମାରିନେଲା ଭାରତ । ନିର୍ଣ୍ଣାୟକ ମ୍ୟାଚରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ୭୮ ରନରେ ଶ୍ରୀଲଙ୍କାକୁ ହରାଇଲା ଭାରତ । ତେବେ ପୁନେ ବିଜୟ ସହ ୨-୦ରେ ସିରିଜ ପୋଛିନେଲା ଟିମ୍ ଇଣ୍ଡିଆ ।

ତେବେ ବିଜୟ ସହ ନୂଆବର୍ଷ ଆରମ୍ଭ କରିଥିବା ଭାରତ ପ୍ରଥମ ମ୍ୟାଚ ଡ୍ର ହେବା କାରଣରୁ ଖେଳି ପାରିନଥିଲା । ମାତ୍ର ୨ୟ ମ୍ୟାରେ ଦମଦାର ପ୍ରଦର୍ଶନ କରିବା ସହ ଆଜି ଅନ୍ତିମ ମ୍ୟାଚ ଜିତି ସିରିଜ କବଜା କରିଛି ।

ଶେଷ ମ୍ୟାଚରେ ପ୍ରଥମେ ୬ ୱିକେଟ ହରାଇ ୨୦୧ ରନ କରିଥିଲା ଭାରତ । ଆଉ ୨୦୧ ରନ ସହ ସିଂହଳୀ ଦଳକୁ ୨୦୨ ରନର ଟାର୍ଗେଟ ଦେଇଥିଲା ଟିମ୍ ଇଣ୍ଡିଆ । ତେବେ ଲୋକେଶ ରାହୁଲ ୫୪ ରନ୍ ସହ ୫ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ । ସେହିପରି ଶିଖର ଧାୱନ ୫୨ ରନ ସହ ୭ଟି ଚୌକା ଏବଂ ଗୋଟିଏ ଛକା ଭାରତର ସ୍କୋରକୁ ୨୦୧ରେ ପହଞ୍ଚାଇଥିଲା ।