କ୍ୟାପଟେନ୍ କୋହଲିଙ୍କ ଦମଦାର ଅର୍ଦ୍ଧଶତକ । ଦ୍ୱିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ମାତ୍ ଦେଲା ଟିମ୍ ଇଣ୍ଡିଆ ।

793

କନକ ବ୍ୟୁରୋ :ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳାର ୨ୟ ମୁକାବିଲାକୁ ବାଜି ମାରିଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିରୋଧରେ ଏହି ମ୍ୟାଚକୁ ୭ ୱିକେଟରେ ବାଜି ମାରି ନେଇଛି କୋହଲି ଆଣ୍ଡ କୋ । ନିର୍ଦ୍ଧାରିତ ଓଭରର ଗୋଟିଏ ଓଭର ପୂର୍ବରୁ ଏହି ବିଜୟ ହାସଲ କରିବା ସହ ସିରିଜରେ ୧-୦ରେ ଆଗରେ ବିରାଟ ବାହିନୀ । ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଶେଷ ମୁକାବିଲା ଆସନ୍ତା ରବିବାର ଖେଳାଯିବ।

ଭାରତ ପକ୍ଷରୁ କୋହଲିଙ୍କ ଛଡା ଶିଖର ଧୱନ ୪୦ ରନର ଦମଦାର ଇନିଂସ ଖେଳିଥିଲେ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲେ କ୍ୟାପଟେନ କୋହଲି । ଆଉ ଅଧିନାୟକଙ୍କ ନିଷ୍ପତିକୁ ସଠିକ୍ ପ୍ରମାଣିତ କରିଥିଲେ ଭାରତୀୟ ବୋଲର । ପ୍ରଥମରୁ ଦକ୍ଷିଣ-ଆଫ୍ରିକା ଉପରେ ଚାପ ପକାଇବା ଦଳକୁ ମାତ୍ର ୧୪୯ ରନରେ ସୀମିତ ରଖିଥିଲେ । ତେବେ ୧୫୦ ରନର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ବେଶ ସହଜରେ ଏହି ଟାର୍ଗେଟ ହାସଲ କରି ନେଇଥିଲା । ଭାରତ ପକ୍ଷରୁ ଦୀପକ ଚହର ୨ଟି ୱିକେଟ ନେଇଥିବା ବେଳେ ନବଦୀପ ସାଇନି, ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।