ବିଶାଖାପାଟଣାରେ ଟିମ୍ ଇଣ୍ଡିଆର ବାଜିମାତ : ଶ୍ରୀଲଙ୍କାକୁ ୮ ୱିକେଟରେ ମାତ୍ ଦେଲା ଭାରତ

39

କନକ ବ୍ୟୁରୋ :  ବିଶାଖାପାଟଣାରେ ଟିମ୍ ଇଣ୍ଡିଆର ବାଜିମାତ । ଶ୍ରୀଲଙ୍କାକୁ ୮ ୱିକେଟରେ ମାତ୍ ଦେଲା ଭାରତ । ଏଥିସହ ଦିନିକିଆ ସିରିଜକୁ ୨-୧ରେ କବଜା କରିନେଇଛି ମ୍ୟାନ୍ ଇନ୍ ବ୍ଲୁ । ଶ୍ରୀଲଙ୍କାର ୨୧୬ ରନ୍ ଟାର୍ଗେଟକୁ ୨ ଉଇକେଟରେ ହାସଲ କରିନେଇଛି ଭାରତ । ମାତ୍ର ୩୨ ଓଭର ଗୋଟିଏ ବଲରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା ଦଳ ।

ତେବେ କ୍ୟାରିଅରର ଦ୍ୱାଦଶତମ ଶତକ ସହ ଶିଖର ଧାୱନ ବିଜୟର ନାୟକ ସାଜିଥିଲେ । କୁଲଦୀପ ଯାଦବଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷଣା କରାଯାଇଥିବା ବେଳେ ଶିଖର ଧାୱନ ହୋଇଛନ୍ତି ପ୍ଲେୟାର ଅଫ ଦି ସିରିଜ୍ । ଏହି ସିରିଜ୍ ବିଜୟ ସହ ଟିମ୍ ଇଣ୍ଡିଆ କ୍ରମାଗତ ଅଷ୍ଟମ ସିରିଜ୍ ବିଜୟ ହାସଲ କରିଛି । ସେପଟେ ଶ୍ରୀଲଙ୍କା ବିରୋଧରେ ଏହା ଟିମ୍ ଇଣ୍ଡିଆର କ୍ରମାଗତ ନବମ ଦିନିକିଆ ସିରିଜ୍ ବିଜୟ ହୋଇଛି । ଏହା ସହ ପାକିସ୍ତାନର ରେକର୍ଡର ସମକକ୍ଷ ହୋଇଛି ଭାରତ । ପାକିସ୍ତାନ ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ ବିପକ୍ଷରେ ୯ଟି ଦିନିକିଆ ସିରିଜ୍ ବିଜୟୀ ହୋଇଛି ।