ଭାରତ ଜିତିବ ୨୦୧୯ କ୍ରିକେଟ୍ ବିଶ୍ୱକପ୍ ! ଜାଣନ୍ତୁ କିଏ କଲେ ଏଭଳି ଭବିଷ୍ୟବାଣୀ ।

34

ବିଶ୍ୱକପ୍ କ୍ରିକେଟକୁ ଆରମ୍ଭ ହେବା ପାଇଁ ଆଉ ମାତ୍ର ୮ ମାସ ବାକି ରହିଛି । ଆଉ ଏବେ ଠାରୁ ହିଁ ଆସନ୍ତା ୨୦୧୯ କ୍ରିକେଟ୍ ବିଶ୍ୱକପରେ ଭାରତୀୟ ଦଳକୁ ଚାମ୍ପିୟନ୍ ଭାବରେ ଦେଖାଯାଉଛି । ନ୍ୟୁଜଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଙ୍ଗ ଏବଂ ଦିନିକିଆ କ୍ରିକେଟରେ ସଚିନ୍ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ସଫଳତମ ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରା, ଭାରତକୁ ୨୦୧୯ ବିଶ୍ୱକପର ଦାବିଦାର ବୋଲି ଦର୍ଶାଇଛନ୍ତି ।

ଷ୍ଟିଫେନ୍ ଫ୍ଲେମିଙ୍ଗ ନୂଆ ଚାମ୍ପିୟନର ଭବିଷ୍ୟବାଣୀ କରିବା ସହ କହିଛନ୍ତି, ଭାରତୀୟ ଦଳ ଦେଖିବାରେ ବହୁତ ହିଁ ଶକ୍ତିଶାଳୀ ରହିଛି । ଏବଂ ନିଶ୍ଚିତଭାବରେ ଇଂଲଣ୍ଡରେ ଗ୍ରୀଷ୍ମରେ ହେବାକୁ ଥିବା ବିଶ୍ୱକପ୍ କ୍ରିକେଟରେ ଭାରତ ହିଁ ଚାମ୍ପିୟନ ହେବାର ଅଧିକ ଦାବିଦାର ଅଟେ । ଫ୍ଲେମିଙ୍ଗ କହିଛନ୍ତି, ଭାରତୀୟ ଦଳକୁ କେବଳ ଭୁବନେଶ୍ୱର କୁମାର ଏବଂ ଜସପ୍ରିତ୍ ବୁମରାଙ୍କର ଇନଜ୍ୟୁରି ଉପରେ ଧ୍ୟାନ ରଖିବା ପାଇଁ ହେବ । ୨୦୧୯ ବିଶ୍ୱକପ ପାଇଁ ଭାରତକୁ ଭୁବନେଶ୍ୱର କୁମାର ଏବଂ ଜସପ୍ରିତ୍ ବୁମରାଙ୍କ ବ୍ୟତୀତ ଆଉ କିଛି ପେସ୍ ବୋଲରଙ୍କୁ ପ୍ରସ୍ତୁତ କରିବା ପାଇଁ ହେବ ।

ଦଳରେ ବିରାଟ କୋହଲି, ଶିଖର ଧାୱନ ଏବଂ ରୋହିତ ଶର୍ମା ଦିନିକିଆ କ୍ରିକେଟରେ ସବୁବେଳେ ଫର୍ମରେ ରହିଥାନ୍ତି । ସେହିଭଳି ମହେନ୍ଦ୍ର ସିଂ ଧୋନୀ ମଧ୍ୟ ବଡ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥାନ୍ତି । ଏହି ଦୃଷ୍ଟିରୁ ଟିମ୍ ଇଣ୍ଡିଆ ବେଶ ଶକ୍ତିଶାଳୀ ନଜର ଆସୁଥିବା ଫ୍ଲେମିଙ୍ଗ କହିଛନ୍ତି ।

ସେପଟେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା କହିଛନ୍ତି, ୨୦୧୯ କ୍ରିକେଟ୍ ବିଶ୍ୱକପରେ ଭାରତକୁ ଦଳରେ ଅଧିକ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ । ଧୋନୀଙ୍କ ଭଳି ଅନୁଭବ ଖେଳାଳୀ ଦଳରେ ଅଛନ୍ତି । ଦଳରେ କେବଳ ବ୍ୟାଟିଂ କ୍ରମରେ ୪ ନମ୍ବରରେ ଜଣେ ଭଲ ଖେଳାଳୀଙ୍କର ଆବଶ୍ୟକତା ରହିଛି । ଅଲରାଉଣ୍ଡର ଭାବରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇ ପାରନ୍ତି । ଦଳରେ କୌଣସି ପରିବର୍ତ୍ତନ ହେଲେ ଏହା ହୁଏତ ଖେଳାଳୀଙ୍କର ମନୋବଳରେ ପ୍ରଭାବ ପକାଇପାରେ ।