ସହିଦ ଯବାନଙ୍କୁ ସଲାମ୍ ! ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ନିରବ ପ୍ରାର୍ଥନା କଲେ ଭାରତୀୟ ଖେଳାଳୀ, ହାତରେ ପିନ୍ଧିଲେ କଳା ବ୍ୟାଚ୍ ।

114

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ । ଟସ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବାର ନିଷ୍ପତ୍ତି ନେବା ପରେ ପ୍ରଥମେ ବ୍ୟାଟିଂ କରୁଛି ଭାରତ । ତେବେ ମ୍ୟାଚ ଆରମ୍ଭ ପୂର୍ବରୁ ପଡିଆରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । ଦୁଇ ଦେଶର ଖେଳାଳୀ ପଡିଆ ମଧ୍ୟକୁ ଆସିବା ପରେ ଜାତୀୟ ସଙ୍ଗୀତ ବାଜିଥିଲା । ଆଉ ଏହା ପରେ ଗତ ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ଆତ୍ମାର ସଦଗତି ପାଇଁ ପଡିଆ ମଧ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ ଭାରତୀୟ ଖେଳାଳୀ ।

ଏହା ସହ ଆଜିର ମ୍ୟାଚରେ ପୁରା ଇଣ୍ଡିଆ ଟିମ୍ ହାତରେ କଳା ବ୍ୟାଚ୍ ପିନ୍ଧିଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ଲଢେଇ ଜାରି ରହିଥିବା ବେଳେ, ରିପୋର୍ଟ ଲେଖା ସୁଦ୍ଧା ଭାରତ, ୯ ଓଭରରେ ୨ଟି ୱିକେଟ୍ ହରାଇ ୭୬ ରନ୍ ସଂଗ୍ରହ କରିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏବେ ସମସ୍ତଙ୍କ ନଜର କ’ଣ ହେବ ବିଶ୍ୱକପରେ ଖେଳାଯିବାକୁ ଥିବା ଇଣ୍ଡିଆ-ପାକିସ୍ତାନ ମ୍ୟାଚର ଭବିଷ୍ୟତ । ବିଶ୍ୱକପରେ ଏହି ମ୍ୟାଚଟି ଜୁନ୍ ୧୬ ତାରିଖରେ ଖେଳାଯିବାକୁ ସୂଚୀ ଚୁଡାନ୍ତ ହୋଇଛି ।

Comments are closed.