ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-ଟ୍ୱୋଣ୍ଟି ପାଇଁ ଟିମ୍ ଘୋଷଣା : ବାଦ୍ ପଡିଲେ ବାମହାତୀ ବ୍ୟାଟ୍ସମ୍ୟାନ ଯୁବରାଜ

24

କନକ ବ୍ୟୁରୋ : ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟରେ ଟିମ୍ ଇଣ୍ଡିଆର ବିଜୟ ସମ୍ଭାବନା ଉଜ୍ଜଳ ଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-ଟ୍ୱୋଣ୍ଟି ପାଇଁ ଟିମ୍ ଘୋଷଣା କରାଯାଇଛି । ୫ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଂଖଳା ପାଇଁ ଗତକାଲି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଏଥିରେ ପୁରୁଖା ବାମହାତୀ ବ୍ୟାଟ୍ସମ୍ୟାନ ଯୁବରାଜଙ୍କୁ ବାଦ ଦିଆଯାଇଛି ।

୩୫ ବର୍ଷିୟ ଯୁବରାଜ ବିଶ୍ୱ କପ୍ ବିଜେତା ଟିମର ସଦସ୍ୟ ଥିବା ବେଳେ ଗତ କିଛି ମ୍ୟାଚରେ ତାଙ୍କର ଖରାପ ପ୍ରଦର୍ଶନ ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଶ୍ରୀଲଙ୍କା ବିପକ୍ଷ ଦିନିକିଆରୁ ବାଦ ପଡିଛନ୍ତି ସୁରେଶ ରାଇନା, ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ମହମଦ ସାମି ଓ ଉମେଶ ଯାଦବ । ସେହିପରି ବିରାଟ କୋହଲି ଅଧିନାୟକ ପଦ ବଜାୟ ରଖିଛନ୍ତି ।