କାଲିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଲଢେଇ ! ପ୍ରଥମ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା ।

369

ଆସନ୍ତାକାଲି ଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ୍ । ପ୍ରଥମ ଟେଷ୍ଟ ମ୍ୟାଚ୍ ଅଷ୍ଟ୍ରେଲିଆର ଆଡିଲେଡ୍ ଠାରେ ଖେଳାଯିବ । ତେବେ ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ମୋଟ୍ ୪ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଆଜି ୧୨ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ ।

ଭାରତର ଦ୍ରୁତ ଗତି ବୋଲିଂ ଭାର ସମ୍ଭାଳିବେ ମହମ୍ମଦ ଶାମି, ଇଶାନ୍ତ ଶର୍ମା ଏବଂ ଜସପ୍ରିତ ବୁମରା । ଏହି ମ୍ୟାଚ୍ ପାଇଁ ଭୁବନେଶ୍ୱର କୁମାରଙ୍କୁ ଦଳରୁ ବାଦ୍ ଦିଆଯାଇଛି । ସେହିପରି ଉମେଶ ଯାଦବ ମଧ୍ୟ ଏଥିରୁ ବାଦ ପଡିଛନ୍ତି । ସେହିପରି ସ୍ପିନ୍ ବୋଲିଂ ଭାର ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଉପରେ ରହିବ । ତେବେ ସବୁଠାରୁ ବଡ କଥା ହେଉଛି ଅନ୍ତିମ ୧୧ ଜଣିଆ ଦଳରେ ରୋହତି ଶର୍ମା ଏବଂ ହନୁମା ବିହାରୀଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ମିଳିପାରେ । ସେପଟେ ଅଷ୍ଟ୍ରେଲିଆ ମଧ୍ୟ ପ୍ରଥମ ଟେଷ୍ଟ ପାଇଁ ନିଜ ୧୧ ଜଣ ଖେଳାଳୀଙ୍କ ନାମ ଘୋଷଣା କରିଛି ।

ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), କେଏଲ ରାହୁଲ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ରୋହିତ ଶର୍ମା, ହନୁମା ବିହାରୀ, ରିଷଭ ପନ୍ଥ (ୱିକେଟ୍ ରକ୍ଷକ), ଆର.ଅଶ୍ୱିନୀ, ମହମ୍ମଦ ଶାମି, ଇଶାନ୍ତ ଶର୍ମା ଏବଂ ଜସପ୍ରିତ୍ ବୁମରା ।