କାଲିଠାରୁ ମେଲବୋର୍ଣ୍ଣରେ ବକ୍ସିଂ ଡେ ଟେଷ୍ଟ: ବିଜୟ ପାଇଁ ଟିମ ଇଣ୍ଡିଆର ସ୍ୱତନ୍ତ୍ର ରଣନୀତି, ଜାଣନ୍ତୁ କିଏ ରହିଲେ ଓ କିଏ ହେଲେ ଦଳରୁ ବାହାର
ଚୂଡାନ୍ତ ଏକାଦଶ ଘୋଷଣା
କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିରୋଧରେ ଆସନ୍ତା କାଲି ଖେଳା ଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଭାରତର ଦୁଇ ଓପନର କେ ଏଲ ରାହୁଲ ଓ ମୁରଲୀ ବିଜୟଙ୍କୁ ସୁଯୋଗ ମିଳିବ ନାହିଁ। ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ବକ୍ସିଂ ଡେ ଟେଷ୍ଟ ପାଇଁ ଖେଳାଳି ଏକାଦଶଙ୍କୁ ଚୟନ କରିଛି ସେଥିରେ ଦୁଇ ଓପନର କେ ଏଲ ରାହୁଲ ଓ ମୁରଲୀ ବିଜୟଙ୍କୁ ବାଦ ଦିଆଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ଆସନ୍ତା କାଲି ଟେଷ୍ଟ ପାଇଁ ଯେଉଁ ୧୧ ଜଣ ଖେଳାଳିଙ୍କୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ସ୍ଥିର କରିଛନ୍ତି ସେଥିରେ ମୟଙ୍କ ଅଗ୍ରଓ୍ଵାଲ ତାଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଭାରତୀୟ ଖେଳାଳି ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ଵାଲ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ସ୍ଥାନ ପାଇଛନ୍ତି। ଅନ୍ୟତମ ଖେଳାଳି ଭାବେ ଉମେଶ ଯାଦବ ତୃତୀୟ ଟେଷ୍ଟର ୧୧ ଜଣିଆ ଦଳରୁ ବାଦ ପଡ଼ିଛନ୍ତି। ଭାରତୀୟ ଓପନର ମୂରଲୀ ବିଜୟ ପ୍ରଥମ ଦୁଇଟି ଟେଷ୍ଟରେ ଯଥାକ୍ରମରେ ୧୧,୧୮, ୦ ଓ ୨୦ ରନ୍ କରିଥିବା ବେଳେ ରାହୁଲ ୨,୪୪,୨ ଓ ୦ ରନ୍ କରି ଭାରତର ଓପନିଂ ସମସ୍ୟା ବଢ଼ାଇ ଦେଇଥିଲେ। ତେଣୁ ତୃତୀୟ ଟେଷ୍ଟରୁ ସେମାନଙ୍କୁ ନ ଖେଳାଇବା ପାଇଁ ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିବା ଜଣାଯାଇଛି।
ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଖେଳାଳି ଏକାଦଶ: ବିରାଟ କୋହଲି( ଅଧିନାୟକ) ଅଜିଙ୍କ୍ୟ ରାହାନେ ( ଉପଅଧିନାୟକ),ମୟଙ୍କ ଅଗ୍ରଓବାଲ, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ରୋହି ଶର୍ମା, ଋଷଭ ପନ୍ଥ, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି, ଇଶାନ୍ତ ଶର୍ମା ଓ ଜସପ୍ରିତ ବୁମରା।