ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ! ବାଦ ପଡିଲେ ରୋହିତ, ଅଶ୍ୱିନୀ ।

710

ପ୍ରଥମ ଟେଷ୍ଟରେ ଦମଦାର ବିଜୟ ପରେ ଦ୍ୱିତୀୟ ଟେଷ୍ଟ କବଜା ପାଇଁ ଜୋରଦାର ପ୍ରସ୍ତୁତି ଚଲାଇଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷ ୪ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ପାଇଁ ଭାରତ ନିଜର ୧୩ ଜଣିଆ ଦଳ ଘୋଷଣା କରିଛି । ଶୁକ୍ରବାର ଠାରୁ ଦ୍ୱିତୀୟ ଟେଷ୍ଟ ପର୍ଥ ଠାରେ ଖେଳାଯିବ । ଆଡିଲେଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୩୧ ରନରେ ଜିତି ଭାରତ ଏହି ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । 

ତେବେ ଦ୍ୱିତୀୟ ଟେଷ୍ଟ ପାଇଁ ଚୟନ ହୋଇଥିବା ୧୩ ଖେଳାଳୀଙ୍କ ମଧ୍ୟରୁ ବାଦ ପଡିଛନ୍ତି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ରବିଚନ୍ଦ୍ରନ ଅଶ୍ୱିନୀ । ଆହତ କାରଣରୁ ଅଶ୍ୱିନୀ ଦଳରୁ ବାଦ ପଡିଥିବା ଜଣାପଡିଛି । ସେହିପରି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ମଧ୍ୟ ଏହି ମ୍ୟାଚରୁ ବାଦ ପଡିଛନ୍ତି । ତେବେ ପୂର୍ବରୁ ଆହତ ହୋଇଥିବା ପୃଥ୍ୱୀ ଓ ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇନାହାନ୍ତି । ଯେଉଁଥିପାଇଁ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ସେ ଦଳରୁ ବାହାରେ ରହିଛନ୍ତି । ହନୁମା ବିହାରୀ ଏହି ସୂଚୀରେ ସାମିଲ ହୋଇଥିବା ବେଳେ ସ୍ପିନ୍ ବିଭାଗ ଏଥର ରବିନ୍ଦ୍ର ଜାଡେଜାଙ୍କ ଉପରେ ନିର୍ଭର କରିବ । 

ଭାରତ ଦଳ – ବିରାଟ କୋହଲି (ଅଧିନାୟକ), ମୁରଲି ବିଜୟ, କେଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), ହନୁମା ବିହାରୀ, ରିଷଭ ପନ୍ଥ (ୱିକେଟ ରକ୍ଷକ), ରବିନ୍ଦ୍ର ଜାଡେଜା, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଜସପ୍ରିତ୍ ବୁମରା, ଭୁବନେଶ୍ୱର କୁମାର, ଉମେଶ ଯାଦବ ।