ଭଲ ସ୍ଥିତିରେ ଟିମ୍ ଇଣ୍ଡିଆ : କର ବା ମର ମ୍ୟାଚରେ କାମ ଦେଲା ବୋଲିଂ ଆଟାକ୍,ସେମିଫାଇନାଲ ସମ୍ଭାବନା ଉଜ୍ଜଳ

29

କନକ ବ୍ୟୁରୋ : କର ବା ମର ମ୍ୟାଚରେ ଭଲ ସ୍ଥିତିରେ ଟିମ୍ ଇଣ୍ଡିଆ । ୪୩ ଓଭରରେ ୯ ୱିକେଟରେ ୧୮୪ ରନରେ ଦକ୍ଷିଣ ଆଫ୍ରିକାକୁ ସୀମିତ ରଖି ଏକପ୍ରକାର ସହଜ ସ୍ଥିତିରେ ରହିଛି ଟିମ ଇଣ୍ଡିଆ । ବିପକ୍ଷ ଦଳର ତିନି ତିନିଜଣ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଚେକ୍ ଦେବାଲାଗି ଅଫ ସ୍ପିନର ଅଶ୍ୱୀନଙ୍କୁ ପଡିଆକୁ ଓହ୍ଲାଇଛନ୍ତି ।

ଟସ୍ ଜିତି ଭାରତ ପ୍ରଥମେ ଫିଲଡିଙ୍ଗ କରିବାକୁ ନିଷ୍ପତ୍ତି ନେଇଛି । ବର୍ତମାନର ସ୍ଥିତିକୁ ଦେଖିଲେ ଭାରତର ପଲା ଭାରି ବୋଲି କୁହାଯାଇ ପାରିବ । ଆଜିର ମ୍ୟାଚ୍ ଜିତିଲେ ଆଗକୁ ବଢିବ ଟିମ୍ ଇଣ୍ଡିଆ ଆଉ ହାରିଲେ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେବ ଗତ ଥରର ଚାମ୍ପିଅନ୍ ଦଳ । ସେହିପରି ଦକ୍ଷିଣ ଆଫ୍ରିକା ହାରିଲେ ବିଶ୍ୱ ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନରେ ଥିବା ଦଳ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବ । ଫଳରେ ଉଭୟ କୋହଲି ଓ ଡିଭିଲିୟର୍ସଙ୍କ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ।