ଆଲିଷ୍ଟର କୁକଙ୍କ ଅନ୍ତିମ ଟେଷ୍ଟ ! କିଛି ଏଭଳି ଭାବେ ସମ୍ମାନ ଜଣାଇଲା ଟିମ୍ ଇଣ୍ଡିଆ ।

31

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନ୍ତିମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଯାଇଛି । ଆଉ ଏହି ମ୍ୟାଚରେ ନିଜ ଜୀବନର ଶେଷ ଟେଷ୍ଟ୍ ଖେଳୁଥିବା ଆଲେଷ୍ଟର କୁକଙ୍କୁ ଭାରତୀୟ ଖେଳାଳିମାନେ ଶୁକ୍ରବାର ଗାର୍ଡ ଅଫ୍ ଅନର ବା ସାମରିକ ସମ୍ମାନ ପ୍ରଦାନ କରିଥିଲେ । କୁକ୍ ବ୍ୟାଟିଂ ପାଇଁ ପଡ଼ିଆ ଭିତରକୁ ପ୍ରବେଶ କରିବା ପରେ ଭାରତୀୟ ଖେଳାଳିମାନେ ଦୁଇ ପଟେ ଦୁଇ ଧାଡ଼ିରେ ଠିଆହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ ।

ସେହିଭଳି କିଆ ଓଭାଲରେ ଉପସ୍ଥିତ ଥିବା ସମସ୍ତ କ୍ରିକେଟ୍ ପ୍ରେମୀ ଠିଆହୋଇ ତାଙ୍କୁ ସମ୍ମାନ ଜଣାଇଥିଲେ । ଏପରିକି ଅମ୍ପାୟାରମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଏହି ବିଶେଷ ଅବସରର ସ୍ମରଣିକା ଭାବେ ଇଂଲଣ୍ଡ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ କଲିନ ଗ୍ରେଭ୍ସ କୁକଙ୍କୁ ଏକ ଟୋପି ଉପହାର ଦେଇଥିଲେ । ବ୍ୟକ୍ତିଗତ ଭାବେ କୁକ୍ କିନ୍ତୁ ପୂରା ଶାନ୍ତ ଏବଂ ଚିନ୍ତାମୁକ୍ତ ଥିଲେ । କୁକ୍ (୧୬୧) ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୧୬୧ ଟେଷ୍ଟ୍ ଖେଳିଥିଲା ବେଳେ ସାଉଥଆମ୍ପଟନ୍ ଟେଷ୍ଟ୍ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ । ଏନେଇ ମଧ୍ୟ ସେ ପୂର୍ବରୁ ଘୋଷଣା କରି ସାରିଛନ୍ତି ।