ଆନ୍ଦୋଳନରୁ ଓହରିବେ ଶିକ୍ଷକ ସଂଘ ! ଗଣଶିକ୍ଷା ମନ୍ତ୍ରୀ କହିଲେ, ଦାବି ନେଇ ୧୭ରେ ଉଚ୍ଚସ୍ତରୀୟ ବୈଠକ

39

କନକ ବ୍ୟୁରୋ : ଆନ୍ଦୋଳନରୁ ଓହରିବେ ଶିକ୍ଷକ ସଂଘ । ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛନ୍ତି ୨ ଶିକ୍ଷକ ସଂଘ । ଆସନ୍ତା ୧୭ ତାରିଖରେ ଶିକ୍ଷକଙ୍କ ଦାବି ନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ୧୩ରେ ବୈଠକ ବସିବ, ଦାବି ନେଇ ଅନୁଧ୍ୟାନ କରାଯିବ । ଏହାପରେ ୧୭ରେ ଉଚ୍ଚ ସ୍ତରୀୟ ବୈଠକରେ ଦାବି ନେଇ ନିଷ୍ପତି ନିଆଯିବ ବୋଲି ବଦ୍ରି ପାତ୍ର କହିଛନ୍ତି । ଗତକାଲି ସରକାରଙ୍କ ସହ ଆଲୋଚନା ପରେ ୨ ଶିକ୍ଷକ ସଂଗଠନ ଆନ୍ଦୋଳନ ଜାରି ରଖିଛନ୍ତି । ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଶିକ୍ଷକମାନେ ୩ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି ।