ଶିକ୍ଷକ ଅଧ୍ୟାପକ ମିଳିତ ମଂଚ ସହ ସରକାରଙ୍କ ଆଲୋଚନା : ଦାବି ପୂରଣ ପାଇଁ ସମୟ ମାଗିଲା ଶିକ୍ଷା ବିଭାଗ, ମୁଖ୍ୟ ଶାସନ ସଚିବ କହିଲେ ଚାଲିଛି ବିଚାର ବିମର୍ଷ

32

କନକ ବ୍ୟୁରୋ : ବିଭିନ୍ନ ଦାବି ନେଇ ଆେନ୍ଦୋଳନରତ ଶିକ୍ଷତ-ଅଧ୍ୟାପକ ମିଳିତ ମଂଚ ସହ ଆଜି ସରକାରଙ୍କ ପୁଣି ଆଲୋଚନା ହୋଇଛି । ଆଲୋଚନା ସକରାତ୍ମକ ହୋଇଥିବା ମିଳିତ ମଂଚର ଆବାହକ ପବିତ୍ର ମହଲା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦାବି ପୂରଣ ପାଇଁ ସରକାର ୩ ମାସ ସମୟ ମାଗିଛନ୍ତି । ମୁଖ୍ୟ ଶାସନ ସଚିବ ବି କହିଛନ୍ତି ୩ଟି ଦାବି ବିଷୟରେ ଶିକ୍ଷକମାନେ ଜଣାଇଛନ୍ତି, ଏ ସମ୍ପର୍କରେ ବିଚାର ବିମର୍ଷ କରାଯାଉଛି ।

ଆନ୍ଦୋଳନରୁ ଓହରିବାକୁ ଶିକ୍ଷକ ମାନଙ୍କୁ ଅନୁରୋଧ କରାଯାଇଛି । ସେମାନେ ବି ରାଜି ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ୬ ଦଫା ଦାବି ନେଇ ଅଧ୍ୟାପକମାନେ ଆନ୍ଦୋଳନ ଚଳାଇଛନ୍ତି । ଏପରିକି ଯୁକ୍ତ ଦୁଇ ଖାତାଦେଖା ମୂଲ୍ୟାୟନକୁ ବି ବର୍ଜନ କରିଛନ୍ତି ଅଧ୍ୟାପକ । ଏହା ବିରୋଧରେ ୧୦୦ରୁ ଅଧିକ ଅଧ୍ୟାପକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ରାଜଧାନୀରେ ଶିକ୍ଷକ-ଅଧ୍ୟାପକ ମିଳିତ ମଂଚ ପକ୍ଷରୁ ମହାସମାବେଶ କରାଯାଇଥିଲା ।