ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣ : ଯାହାଙ୍କ ଜନ୍ମଦିନକୁ ସ୍ମୃତିରେ ରଖିବା ପାଇଁ ଭାରତରେ ପାଳନ କରାଯାଏ ଗୁରୁଦିବସ

311

କନକ ବ୍ୟୁରୋ : ଆଜି ସାରା ଭାରତରେ ପାଳନ କରାଯାଉଛି ଗୁରୁଦିବସ । ଶିକ୍ଷକ ମାନେ ଯେପରି ଭାବରେ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି ତାହାକୁ ଦୃଷ୍ଟିରେ ରଖି ପିଲାମାନେ ଶିକ୍ଷକମାନଙ୍କୁ ବର୍ଷର ଗୋଟିଏ ଦିନ ପୂଜା କରନ୍ତି । ତେବେ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କର ଜନ୍ମ ଦିବସକୁ ଗୁରୁଦିବସ ଭାବରେ ପୂଜା କରାଯାଏ । ରାଧାକୃଷ୍ଣ ଜଣେ ଶିକ୍ଷକ ଥିଲେ । ତେବେ ଆଜିର ଏହି ପବିତ୍ର ଦିବସରେ ଲୋକତନ୍ତ୍ର ମଧ୍ୟ ଜଡିଭୂତ ଥିବା ଜଣାପଡିଛି । କାରଣ ଗୁରୁମାନେ ଯେପରି ଭାବରେ ପିଲାମାନଙ୍କୁ ଶିକ୍ଷାଦାନ କରନ୍ତି ଠିକ ସେହିପରି ଭାବରେ ପିଲାମାନେ ଶିକ୍ଷା ଗ୍ରହଣ କରନ୍ତି ଓ ଦେଶରେ ଜଣେ ଜଣେ ଦାୟିତ୍ୱମାନ ନାଗରିକ ଭାବରେ ଉଭା ହୁଅନ୍ତି । ତେବେ ରାଧାକ୍ରିଷ୍ଣଙ୍କ ବିଶ୍ୱାସ ଥିଲା ଯେ, ଭାରତରେ ଯେତେଦିନ ପର୍ଯ୍ୟନ୍ତ ଗୁରୁମାନେ ସଠିକ ଭାବରେ ଶିକ୍ଷାଦାନ କରିୁଥିବେ ସେତେ ପର୍ଯ୍ୟନ୍ତ ପିଲାମାନେ ଭଲଭାବରେ ଶିକ୍ଷା ଗ୍ରହଣ କରୁଥିବେ । ତେବେ ରାଧାକ୍ରିଷ୍ଣ ସମସ୍ତ ଗୁରୁମାନଙ୍କ ଆଦର୍ଶ ହୋଇ ପିଲାମାନଙ୍କୁ ଶିକ୍ଷାଦାନ କରିବା ପାଇଁ କହୁଥିଲେ ।

 

୧୮୮୮ ମସିହା ଆଜିର ଦିନରେ ତାମିଲନାଡୁରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ପ୍ରଥମେ ତିରୁପତିର ଏକ ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ । ପରେ ୧୯୦୩ ମସିହାରେ ସେ ବିବାହ କରିଥିଲେ । ସେ ମାତ୍ର ୧୨ବର୍ଷ ବୟସରେ ସ୍ୱାମୀ ବିବେକାନନ୍ଦ ଓ ବାଓବେଲ ଅଧ୍ୟୟନ କରିଥିଲେ । ସେ ଫିଲୋସିପିରେ ସ୍ନାତକ ମଧ୍ୟ କରିଥିଲେ । ୧୯୧୬ ମସିହାରେ ସେ ଏକ କଲେଜର ଅଧ୍ୟାପକ ଭାବରେ ମଧ୍ୟ ପାଠ ପଢାଉଥିଲେ । ୧୯୩୧ ରୁ ୧୯୩୬ ମସିହା ପର୍ଯ୍ୟନ୍ତ ସେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ । ପରେ ୧୯୩୬ ରୁ ୧୯୫୨ ମସିହା ପର୍ଯ୍ୟନ୍ତ ଅକ୍ସୋପୋଡ ୟୁନିଭରସିଟିରେ ଅଧ୍ୟାପକ ଭାବରେ ପାଠ ପଢାଉଥିବା ସହ ୧୯୩୯ ରୁ ୧୯୪୮ ମସିହା ମଧ୍ୟରେ ସେ କାଶୀ ଦିନ୍ଦୁ ବିଶ୍ୱବିଦ୍ୟାଳୟର ମଧ୍ୟ କୁଳପତି ରହିଥିବା ସୂଚନା ମିଳେ । କେବଳ ଏତିକି ନୁହେଁ ସେ ଭାରତୀୟ ସଂସ୍କୃତି ଉପରେ ମଧ୍ୟ ଅନେକ ଅଧ୍ୟୟନ କରିଥିବା ସୂଚନା ମିଳେ । ୧୯୫୨ ମସିହାରେ ସେ ଭାରତର ପ୍ରଥମ ଉପରାଷ୍ଟ୍ରପତି ହୋଇଥିଲେ ।

 

ତେବେ ୧୯୫୩ ମସିହାରୁ ୧୯୬୨ ମସିହା ମଧ୍ୟରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମଧ୍ୟ କୁଳପତି ଥିଲେ । ରାଜେନ୍ଦ୍ର ପ୍ରସାଦ ତାଙ୍କୁ ଭାରତ ରତ୍ନ ଉପାଧିରେ ଆଭୁଶିତ କରିଥିଲେ । ଏହୀସହ ଇଂରେଜମାନଙ୍କ ଶାସନ ସମୟରେ ସେ ଏକ ସମ୍ମାନ ପାଇଥିଲେ । ୧୯୬୧ ମସିହାରେ ସେ ଜର୍ମାନୀରୁ ମଧ୍ୟ ଶାନ୍ତି ପାଇଁ ଏକ ପୁରସ୍କାର ପାଇଥିଲେ । ୧୯୬୨ ମସିହାରେ ସେ ରାଷ୍ଟ୍ରପତି ହୋଇଥିଲେ । ତେବେ ସେ ରାଷ୍ଟ୍ରପତି ହେବା ପରେ ସାରା ଭାରତ ଖୁସି ଜାହିକ କରିଥିଲା । ତେବେ ସେହି ବର୍ଷ ତାଙ୍କର କିଛି ଶୁଭେଚ୍ଚୁ ଓ ଶିଷ୍ୟ ତାଙ୍କର ଜନ୍ମଦିନ ପାଳନ କରିବା ପାଇଁ କହିଥିଲେ । ତେବେ ସେ କହିଥିଲେ ଯେ, ମୋର ଜନ୍ମଦିନକୁ ଯଦି ଗୁରୁଦିବସ ଭାବରେ ସାରା ଭାରତ ବର୍ଷରେ ପାଳନ କରାଯାଏ । ତେବେ ତାହାହିଁ ମୋ ପାଇଁ ସବୁଛୁ ବଡ ସମ୍ମାନ ହେବ ବୋଲି ରାଧାକ୍ରିଷ୍ଣ କହିଥିଲେ । ପରେ ସେହି ଦିନଠାରୁ ଅର୍ଥାତ ଆଜିର ଦିନକୁ ଗୁରୁଦିବସ ଭାବରେ ପାଳନ କରାଯାଉଛି । ରାଧାକ୍ରିଷ୍ଣଙ୍କ ଦେହାନ୍ତ ୧୯୭୫ ମସିହାରେ ଏପ୍ରିଲ ୧୭ ତାରିଖରେ ହୋଇଥିଲା । ସେ ସାରା ଦେଶ ପାଇଁ ଜଣେ ଆଦର୍ଶ ଶିକ୍ଷକ ଥିଲେ ଓ ସେହିଦିନଠାରୁ ହିଁ ତାଙ୍କୁ ସମ୍ମାନ ଜଣାଇ ଆଜିର ଦିନକୁ ଗୁରୁଦିବସ ଭାବରେ ପାଳନ କରାଯାଉଛି ।