ଛାତ୍ରୀଙ୍କୁ ଧାନ କଟାଇଲେ ଶିକ୍ଷୟତ୍ରୀ ! ଜାଣିବା ପରେ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା । ମୟୁରଭଞ୍ଜ ଘୁଳୁଘୁଳିଆ ପ୍ରାଥମିକ ସ୍କୁଲ ଫାଟକରେ ତାଲା

39

କନକ ବ୍ୟୁରୋ : ଛାତ୍ରୀଙ୍କ ପାଠ ପଢାଇବା ବଦଳରେ ଧାନ କଟା କାମରେ ନିୟୋଜିତ କଲେ ଶିକ୍ଷୟିତ୍ରୀ । ଏହି ଘଟଣା ଜଣାପଡିବା ପରେ ମୟୂରଭଂଜ ଜିଲ୍ଲା ଠାକୁର ମୁଣ୍ଡା ଘୁଳଘୁଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଲୟରେ ଉତେଜନା ପ୍ରକାଶ ପାଇଛି । ଅଭିଭାବକମାନେ ସ୍କୁଲରେ ପହଂଚି ହୋ ହାଲ୍ଲା କରିବା ସହ ସ୍କୁଲ ଫାଟକରେ ତାଲା ପକାଇଥିଲେ । ତେବେ ଶିକ୍ଷୟିତ୍ରୀ ଦୋଷ ସ୍ୱୀକାର କରି କ୍ଷମା ପ୍ରାର୍ଥନା କରିବା ପରେ ସ୍କୁଲ ଫାଟକ ଖୋଲାଯାଇଛି ।

ଗତ ୨୦ତାରିଖରେ ସପ୍ତମ ଶ୍ରେଣୀର ୩ଜଣ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ସଙ୍ଗିତା ସରିତା ମୁଣ୍ଡା ନିଜ ଗାଁ ନେଇଥିଲେ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ତହ୍ନେଇପାଳ ଗାଁରେ ଥିବା ଶିକ୍ଷୟିତ୍ରୀଙ୍କ ଜମିରୁ ୩ ଦିନ କାଳ ଧାନ କାଟିଥିବା ଜଣାପଡିଛି । ଆଜି ସକାଳେ ୩ ଛାତ୍ରୀଙ୍କୁ ଧରି ଶିକ୍ଷୟିତ୍ରୀ ସ୍କୁଲରେ ପହଂଚିବା ପରେ ଅଭିଭାବକମାନେ ହୋ ହଲ୍ଲା କରିଥିଲେ ।