ଶ୍ରେଣୀ ଗୃହରେ ୪ବର୍ଷର ଶିଶୁଙ୍କ ମୁହଁରେ ସେଲୋଟ୍ୟାପ୍ ଲଗାଇଲେ ଶିକ୍ଷୟତ୍ରୀ : ସିସିଟିଭି କ୍ୟାମେରାରୁ ହେଲା ଖୁଲାସା

ସ୍କୁଲର ଶ୍ରେଣୀ କକ୍ଷରେ ଥିବା ସିସିଟିଭି କ୍ୟାମେରାରେ ଏହାର ଖୁଲାସା ହୋଇଛି ।

121

ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମହିଳା ଶିକ୍ଷୟିତ୍ରୀ ଶ୍ରେଣୀ କକ୍ଷରେ ଏଲକେଜିର ଦୁଇଟି ପିଲାଙ୍କୁ ଚୁପ୍ କରାଇବା ପାଇଁ ତାଙ୍କ ମୁହଁରେ ସେଲୋଟ୍ୟାପ୍ ଲଗାଇଛନ୍ତି । ଗୁରୁଗ୍ରାମ ସେକ୍ଟର ୩୭ସିରେ ନାରାୟଣା ଇ-ଟେକ୍ନୋ ସ୍କୁଲର ଶ୍ରେଣୀ କକ୍ଷରେ ଥିବା ସିସିଟିଭି କ୍ୟାମେରାରେ ଏହାର ଖୁଲାସା ହୋଇଛି । ଏହି ଭିଡିଓକୁ ସ୍କୁଲର ପୂର୍ବତନ କର୍ମଚାରୀ ଫେସବୁକରେ ପୋଷ୍ଟ କରିଦେଇଥିଲେ, ଯାହାକୁ ହଜାର ଲୋକ ଦେଖିଛନ୍ତି । ଏହି ପ୍ରାଇଭେଟ୍ ସ୍କୁଲରେ ପାଖାପାଖି ୮୦୦ ଛାତ୍ରଛାତ୍ରୀ ଅଛନ୍ତି , ଯେଉଁଥିରେ ନର୍ସରୀରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ର ସାମିଲ ଅଛନ୍ତି । ସ୍କୁଲ ଅଧିକାରୀ ଦାବି କରିଛନ୍ତି କି, ଏହି ଘଟଣା ଦେଢ଼ ମାସ ପୂର୍ବରୁ ହୋଇଥିଲା ଏବଂ ଏହି ଭିଡିଓ କ୍ଲିପକୁ ଦେଖିବାପରେ ଶିକ୍ଷୟତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରିଦିଆଯାଇଥିଲା ।

ସ୍କୁଲର ପ୍ରଧାନଶିକ୍ଷକ ଗୁରୁ ରାଜ କହିଛନ୍ତି କି, ସେ ୪ ବର୍ଷର ଝିଅ ଓ ପୁଅର ମୁହଁରେ ସେଲୋଟ୍ୟାପ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯାହାକି ଶିକ୍ଷୟତ୍ରୀ ତାଙ୍କୁ ଚୁପ୍ କରାଇବା ପାଇଁ ମୁହଁରେ ଲଗାଇଦେଇଥିଲେ । ସେ କହିଲେ କି ଶିକ୍ଷୟତ୍ରୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଯେତେବେଳେ ଅଭିଭାବକମାନେ ଅଭିଯୋଗ କରିଥିଲେ । କିନ୍ତୁ ଦୁଇ ଶିଶୁଙ୍କ ମଧ୍ୟରୁ ଜଣେଙ୍କ ପିତା କହିଲେ କି, “ମୋ ଛୁଆ ବହୁତ ଦୁଷ୍ଟ ଏବଂ ଶିକ୍ଷୟତ୍ରୀ ଅନୁଶାସନ ଅଧିନରେ ଏମିତି ପଦକ୍ଷେପ ନେଇଥିଲେ । ସେ ଶିଶୁର ମୁର୍ଡରେ ପେପର ବି ଭର୍ତ୍ତି କରିଥିଲେ କିନ୍ତୁ ସେଥିରେ ତାଙ୍କୁ କୌଣସି ଦୁଃଖ ନଥିଲା ।”