ଭଦ୍ରକ : କବିରପୁର ପ୍ରକଳ୍ପ ବିଦ୍ୟାଳୟର ଶିକ୍ଷକଙ୍କ ବିରୋଧରେ ଛାତ୍ର ନିର୍ଯାତନା ଅଭିଯୋଗ

36

କନକ ବ୍ୟୁରୋ : ଶିକ୍ଷକଙ୍କ ବିରୋଧରେ ଆସିଲା ଛାତ୍ର ନିର୍ଯାତନାର ଅଭିଯୋଗ । ଭଦ୍ରକର କବିରପୁର ପ୍ରକଳ୍ପ ବିଦ୍ୟାଳୟରେ ଶିକ୍ଷକ ଦଶରଥ ସେଠୀ ଉକ୍ତ ବିଦ୍ୟାଳୟର ଜଣେ ୩ୟ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିଥିବାର ଅଭିଯୋଗ ହୋଇଛି ।

ମାଡରେ ଆହତ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ଶିଶୁଟିର ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଶତାଧିକ ଗ୍ରାମବାସୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।