ଶିକ୍ଷକ ନା ରାକ୍ଷସ ! ଆସିବାରେ ଡେରି କରିବାରୁ ଛାତ୍ରକୁ ନିର୍ଧୁମ ଛେଚିଲେ ଶିକ୍ଷକ । ସିସିଟିଭିରେ କଏଦ ହେଲା ଦୃଶ୍ୟ

36

ସ୍କୁଲରେ ଶିକ୍ଷକଙ୍କ ଉନ୍ମତକାଣ୍ଡ । ଛାତ୍ରକୁ ନିର୍ଧୁମ ଛେଚିଲେ ଶିକ୍ଷକ । ସରକାର ସମସ୍ତ ସ୍କୁଲକୁ ଦଣ୍ଡମୁକ୍ତ ଅଂଚଳ ଘୋଷଣା କରିଥିବା ବେଳେ ରାଜସ୍ଥାନ ଦୌସା ଜିଲ୍ଲାର ଦେଦୱାସ୍ ରସ୍ୱାମୀ ବିବେକାନନ୍ଦ ମଡେଲ ସ୍କୁଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ।

କେହି କିଛି ବୁଝିବା ଆଗରୁ ଶିକ୍ଷକ ଜଣକ ଛାତ୍ରଙ୍କୁ ଅନ୍ଧାଧୁନ୍ ବାଡେଇ ଚାଲିଛନ୍ତି । ପିଲାଟିର ଚୁଟି ଧରି ଗାଲରେ ପିଠିରେ ମାଡ ବର୍ଷାଇ ଚାଲିଛନ୍ତି ଶିକ୍ଷକ ଜଣକ । ତେବେ ମାଡର ପ୍ରହାର ଏତେ ଥିଲା ଯେ ପିଲାଟି କ୍ଲାସ ରୁମରେ ହିଁ ବେହୋସ୍ ହୋଇଯାଇଥିଲା । ପରେ ଅନ୍ୟ ଛାତ୍ରମାନେ ତାଙ୍କୁ ହସ୍ପିଟାଲ ନେଇଥିଲେ । ଏହି ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି । ସୂଚନା ଅନୁଯାୟୀ ଶନିବାର ଦିନ ଛାତ୍ର ଜଣକ କ୍ଲାସ ରୁମକୁ ଡେରିରେ ଆସିବାରୁ କ୍ରୀଡା ଶିକ୍ଷକ ଜୟରାମ ମିନା ଉତ୍ୟକ୍ତ ହୋଇପଡିଥିଲେ । ଏହାପରେ ଛାତ୍ରଙ୍କୁ ମାଡ ମାରିଥିଲେ ଜୟରାମ । ଏହି ଘଟଣାକୁ ନେଇ ଛାତ୍ରଙ୍କ ପରିବାର ଲୋକ ଅବଗତ ହେବା ପରେ ଶିକ୍ଷକଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ଲାଲସୋଟ ପୁଲିସ ଏହି ମାମଲାର ଯାଂଚ କରି ତଦନ୍ତ ଜାରି ରଖିଛି ।