ଶିକ୍ଷକଙ୍କ ସରକାରଙ୍କୁ ଚରମ ଚେତାବନୀ, ଦାବି ପୂରଣ ନହେଲେ ପରୀକ୍ଷାରେ କରିବେ ନାହିଁ ସହଯୋଗ, ବିକଳ୍ପ ବ୍ୟବସ୍ଥା କଲା ଶିକ୍ଷା ବିଭାଗ

24

କନକ ବ୍ୟୁରୋ : ପରୀକ୍ଷା ପାଇଁ ବିକଳ୍ପ ବ୍ୟବସ୍ଥା କଲେ ସରକାର । ଡିଗ୍ରୀ ଓ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖି ସାହାଯ୍ୟ ଲୋଡିଛି ଉଚ୍ଚଶିକ୍ଷା ବିଭାଗ । ଯୁକ୍ତ ଦୁଇ ପରୀକ୍ଷାକୁ ୨୦ରୁ କମ୍ ଦିନ ବାକି ଥିବାବେଳେ ରାଜରାସ୍ତାରେ ଅଛନ୍ତି ଶିକ୍ଷକ ଓ ଅଧ୍ୟାପକ । ଏଭଳି ସ୍ଥିତିରେ ପରୀକ୍ଷା ପରିଚାଳନା କରିବା ସରକାରଙ୍କ ପାଇଁ ବଡ ଆହ୍ୱାନ ପାଲଟିଛି । ଚିଠି ମାଧ୍ୟମରେ ୮୮୨ଟି ଡିଗ୍ରୀ କଲେଜ, ୪୪ଟି ସରକାରୀ ଡିଗ୍ରୀ କଲେଜ ଓ ୧୬ଟି ବିଶ୍ୱବିଦ୍ୟାଳୟକୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସ୍କୁଲ ଓ କଲେଜ, ଗଣଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସତ୍ୱେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଚିଠି ଜାରି କରାଯାଇଛି । ଅନ୍ୟପଟେ ଶିକ୍ଷକ ଓ ଅଧ୍ୟାପକ ମିଳିତ ମଂଚ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଆଗାମୀ ୧୯ ତାରିଖରେ ବିଶାଳ ସମାବେଶ ଆୟୋଜନ କରିବ ବୋଲି ସଂଘ କହିଛି ।