ଆଜିଠୁ କେନ୍ଦ୍ର ବିରୋଧରେ ଗର୍ଜିବେ ଗୁରୁ । ୨୦ସୁଦ୍ଧା ଦାବି ପୁରଣ ନହେଲେ ପରୀକ୍ଷା ଖାତା ଦେଖା ବର୍ଜନ କରିବାକୁ ମିଳିତ ସଂଘର ଧମକ

35

କନକ ବ୍ୟୁରୋ : ସାରଙ୍କ ୪ଟି ଦାବି ମାନିଲେ ସରକାର । ଏନେଇ ସୂଚନା ଦେଇଛନ୍ତି ଶିକ୍ଷା ସହାୟକ ସଂଘର ସଭାପତି ମଳୟ ଜେନା । ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ଶିକ୍ଷା ସହାୟକମାନଙ୍କ ଦରମାର ୪୦ ପ୍ରତିଶତ ରାଜ୍ୟ ସରକାର ଦେବାକୁ ରାଜି ହୋଇଛନ୍ତି । ବାକି ୬୦ ପ୍ରତିଶତ କେନ୍ଦ୍ର ସରକାର ଦେବାକଥା । ତେବେ କେନ୍ଦ୍ର ତା ଭାଗ ଦେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେଣୁ ଆଜି ଠାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ ହେବ ବୋଲି କହିଛି ଶିକ୍ଷା ସହାୟକ ସଂଘ ।

ସେପଟେ ଶିକ୍ଷା ସହାୟକଙ୍କ ନାଁ ପରିବର୍ତନ କରିବାକୁ ମଧ୍ୟ ଶିକ୍ଷା ବିଭାଗ ରାଜି ହୋଇଛି । ନିଯୁକ୍ତିର ପ୍ରଥମରୁ ତିନିବର୍ଷ ଯାଏଁ ଏମାନଙ୍କ ନାଁ ରହିବ ଜୁନିୟର ଟିଚର କଂଟ୍ରାକ୍ଟ । ତିନିବର୍ଷରୁ ୬ ବର୍ଷ ଯାଏଁ ଜୁନିୟର ଟିଚର ଓ ପରେ ରେଗୁଲାର ଟିଚର ଭାବେ କାମ କରିବେ ବୋଲି ସହମତି ହୋଇଛି । ଦରମା ବୃଦ୍ଧି, ଚାକିରି ନିୟମିତ କରିବା ଓ ଶିକ୍ଷା ସହାୟକ ନାମ ପରିବର୍ତନ ସହ ମୋଟ ସାତ ଦଫା ଦାବି ନେଇ ରାଜରସ୍ତାକୁ ଓହ୍ଲାଇଛି ଶିକ୍ଷା ସହାୟକ ସଂଘ । ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଶିକ୍ଷକମାନେ ।