ଶିକ୍ଷକ ଆନ୍ଦୋଳନ ସ୍ଥଗିତ । ଦାବି ପୂରଣ ନେଇ ସରକାରଙ୍କ ପ୍ରତିଶ୍ରୁତି ପରେ ନଭେମ୍ବର ୩୦ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିଲା ମିଳିତ ମଞ୍ଚ ।

48

କନକ ବ୍ୟୁରୋ: ସ୍ଥଗିତ ହେଲା ଶିକ୍ଷକଙ୍କ ଆନ୍ଦୋଳନ । ଶିକ୍ଷକ ଓ ଅଧ୍ୟାପକ ମିଳିତ ମଞ୍ଚ ସରକାରଙ୍କ ସହ ଆଲୋଚନା ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ । ଦାବି ପୂରଣ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ କଲେ ଶିକ୍ଷକ ମିଳିତ ମଞ୍ଚ । ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ମହଲତ ଦେଲା ମିଳିତ ମଞ୍ଚ । ତେବେ ଭୁବନେଶ୍ୱର ଲୋୟର ପିଏମଜିରେ ୫୯ ଦିନ ଧରି ଆନ୍ଦୋଳନ ଚଳାଇଥିଲେ ମିଳିତ ଶିକ୍ଷକ ସଂଘ ।

ଅନ୍ୟପଟେ ଶିକ୍ଷକଙ୍କ ୪୬ ଦିନର ଦରମା ଦେବାକୁ ସରକାର ରାଜି ହେବାରୁ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ କରିବାକୁ ନିଷ୍ପତି ନେଇଛି ସଂଘ । ସେହିପରି କଲେଜ ଅଧ୍ୟାପକଙ୍କ ୩୦ ଦିନର ବକେୟା ଦରମା ଦିଆଯିବ ବୋଲି ସୂଚନା ମିଳିଛି । ଏହି ସବୁ ଦାବିକୁ ନେଇ ସରକାରଙ୍କ ଠାରୁ ପ୍ରତିଶ୍ରୁତି ମିଳିବା ପରେ ୬୬୨ ବର୍ଗର ଅଧ୍ୟାପକ ଓ ୪୮୮ ବର୍ଗର ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ ମାନେ ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖିଛନ୍ତି ।

ପୂର୍ଣ୍ଣ ଓ ପ୍ରତ୍ୟକ୍ଷ ଅନୁଦାନ ଚାକିରି ସର୍ତ୍ତାବଳୀ, ଓ ସପ୍ତମ ବେତନ କମିସନ ସୁପାରିଶ ଭିତ୍ତିରେ ଦରମା ପ୍ରଦାନ ଆଦି ଦାବିରେ ବ୍ଳକ୍ ଗ୍ରାଣ୍ଟ ଅଧ୍ୟାପକ ଓ ଶିକ୍ଷକମାନେ ଆନ୍ଦୋଳନ ଚଳାଇଥିଲେ । ଆଜି ଏନେଇ ଦୀର୍ଘ ୫୯ ଦିନ ପରେ ସରକାରଙ୍କ ଠାରୁ ଦାବି ବିଷୟରେ ପ୍ରତିଶ୍ରୁତି ମିଳିବାରୁ ଆନ୍ଦୋଳନକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଶିକ୍ଷକ ଓ ଅଧ୍ୟାପକ ମିଳିତ ମଞ୍ଚ ତରଫରୁ ନିଷ୍ପତି ହୋଇଛି ।