୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ଧାରଣା ! ପୂର୍ଣ୍ଣ ଅନୁଦାନ ନମିଳିବା ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ

31

କନକ ବ୍ୟୁରୋ : ମୁଣ୍ଡ ଉପରେ ଯୁକ୍ତ ଦୁଇ ପରୀକ୍ଷା । ହେଲେ ଏପଟେ ରାଜଧାନୀ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ । ଆଜି ମହାସମାବେଶ କରିବ ସଂଘ । ଫଳରେ ଯୁକ୍ତ ୨ ପରୀକ୍ଷା କିପରି ପରିଚାଳନା କରାଯିବ, ଏ ନେଇ ପ୍ରଶ୍ନ ଉଠିଛି । ମାର୍ଚ୍ଚ ୬ରେ ୩ ଲକ୍ଷ ୮୦ ହଜାର ଛାତ୍ରଛାତ୍ରୀ ଦେବେ ଯୁକ୍ତ ଦୁଇ ପରୀକ୍ଷା । ଦାବି ପୂରଣ ନହେଲେ ପରୀକ୍ଷାରେ ଅସହଯୋଗ କରିବା ପାଇଁ ଜିଦ୍ ଧରି ବସିଛି ସଂଘ ।

ପୂର୍ଣ୍ଣ ଅନୁଦାନ ନମିଳିବା ପର୍ଯ୍ୟନ୍ତ ସେମାନେ ପରୀକ୍ଷା ଓ ମୂଲ୍ୟାୟନରେ ଅସହଯୋଗ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଗତଥର ସରକାର ଓ ବୁଦ୍ଧିଜୀବୀଙ୍କ ଅନୁରୋଧ କ୍ରମେ ସେମାନେ ଆନ୍ଦୋଳନ ପ୍ରତ୍ୟାହୃତ କରି ପରୀକ୍ଷାରେ ସହଯୋଗ କରିଥିଲେ । ସଂଘର ଅଭିଯୋଗ ରାଜ୍ୟ ସରକାର ଦାବି ପୂରଣ କରିବା ପରିବର୍ତେ ସେମାନଙ୍କ ସହ ଖେଳୁଛନ୍ତି । ଏଥର ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ସଂଘର ରାଜ୍ୟ ସଭାପତି ପବିତ୍ର ମହାଲା ।