ରାଜରାସ୍ତାରେ ଶିକ୍ଷକ ! ଦାବି ପୂରଣ ନହେବା ଯାଏଁ ଜାରି ରହିବ ଆନ୍ଦୋଳନ, ଯୁକ୍ତ ଦୁଇ ଖାତା ଦେଖାକୁ ବର୍ଜନ କରିବାକୁ ଧମକ

4

କନକ ବ୍ୟୁରୋ : ଭୁବନେଶ୍ୱର ଲୋୟର ପିଏଜିରେ ଅଧ୍ୟାପକ ଓ ଶିକ୍ଷକ ମିଳିତ ମଂଚର ଆନ୍ଦୋଳନ ଜାରି ରହିଛି । ଏପରିକି ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛି ଅଧ୍ୟାପକ ଓ ଶିକ୍ଷକ ମିଳିତ ମଞ୍ଚ । ଗତକାଲି ବିଧାନସଭା ଘେରାଉ କରିବାକୁ ଯିବା ବେଳେ ଶିକ୍ଷକ ଓ ପୁଲିସ ଧସ୍ତାଧସ୍ତି ହୋଇଥିଲେ । ମାଟ୍ରିକ ପରୀକ୍ଷା ଖାତା ଦେଖାକୁ ବର୍ଜନ କରି ଆନ୍ଦୋଳନ ଜାରି ରଖିଥିବା ଶିକ୍ଷକମାନେ ୪ତାରିଖରେ ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ଖାତା ଦେଖାକୁ ବର୍ଜନ କରିବାକୁ ଧମକ ଦେଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶିକ୍ଷକମାନେ କହିଛନ୍ତି ।

ତେବେ ଗତକାଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ କଲେଜକୁ ଚିଠି ଲେଖାଯାଇଛି । ୨୭ ତାରିଖ ସୁଦ୍ଧା କଲେଜରେ କାର୍ଯ୍ୟରତ ଶିକ୍ଷକଙ୍କ ତାଲିକା ପଠାଇବାକୁ ଚିଠିରେ ଉଲ୍ଲେଖ ରହିଛି ।

Comments are closed.