ରାଜଧାନୀରେ ଶିକ୍ଷକଙ୍କ ଗର୍ଜନ ! ବିଭିନ୍ନ ଦାବି ନେଇ ଦୁଇ ଶିକ୍ଷକ ସଂଗଠନର ବିଶାଳ ସମାବେଶ

27

କନକ ବ୍ୟୁରୋ : ରାଜଧାନୀରେ ଶିକ୍ଷକଙ୍କ ଗର୍ଜନ । ବିଭିନ୍ନ ଦାବି ନେଇ ଦୁଇ ଶିକ୍ଷକ ସଂଗଠନର ବିଶାଳ ସମାବେଶ । ନୂତନ ପେନସନଭୁକ୍ତ ଶିକ୍ଷକ ସଂଘ ଓ ଶିକ୍ଷା ସହାୟକ ସଂଘର ଆହ୍ୱାନକ୍ରମେ ପ୍ରାୟ ୫୦ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଲୋୟର ପିଏମଜିରେ ଏକତ୍ରୀତ ହୋଇଛନ୍ତି । ମାଷ୍ଟରକ୍ୟାଂଟିନ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଦାବି ବିଷୟରେ ସ୍ଲୋଗାନ ଦେଇ ଲୋୟର ପିଏଜିରେ ପହଚିଂଥିଲେ ଶିକ୍ଷକ ଶିକ୍ଷୟତ୍ରୀ ।

ଦରମା ବୃଦ୍ଧି ସହ ୩ ଦଫା ଦାବି ନେଥ ଉଭୟ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି । ସେପଟେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି, ଶିକ୍ଷକଙ୍କ ଦାବି ନେଇ ଆଲୋଚନା ଚାଲିଛି । ଯେଉଁ ଶିକ୍ଷକମାନେ ସ୍କୁଲରେ ଅନୁପସ୍ଥିତ ହେଉଛନ୍ତି,ପାଠପଢା ବାଧାପ୍ରାପ୍ତ ହେଉଛି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁ ଶିକ୍ଷକମାନେ ବିନା ଅନୁମତିରେ ସ୍କୁଲରେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ତାଲିକା ଦେବାକୁ ବିଇଓ ଓ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।