ରାଜଧାନୀ ରାଜରାସ୍ତାରେ ଶିକ୍ଷକ ! ବ୍ଲକ୍ ଗ୍ରାଂଟ୍ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଦାବିରେ ୮ ଶିକ୍ଷକ ସଂଘର ଅହୋରାତ୍ର ଧାରଣା ଜାରି

28

କନକ ବ୍ୟୁରୋ : ରାଜରାସ୍ତାରେ ବ୍ଲକ୍ ଗ୍ରାଂଟ୍ ଶିକ୍ଷକ । ଅହୋରାତ୍ର ଧାରଣା ଜାରି ରଖିଛନ୍ତିି ଶିକ୍ଷକ । ଆଜି ସନ୍ଧ୍ୟାରେ ଶେଷ ହେବ ଶିକ୍ଷକ ସଂଘ ଦେଇଥିବା ଅଲଟିମେଟମ । ବ୍ଲକ୍ ଗ୍ରାଂଟ ଉଚ୍ଚେଦ ସହ ପୂର୍ଣ୍ଣ ଅନୁଦାନ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ଶିକ୍ଷକ । ଗତକାଲି ହଜାର ହଜାର ଶିକ୍ଷକ ରାଲି କରି ସରକାରଙ୍କ ଆଗରେ ନିଜ ଦାବି ରଖିଥିଲେ । ଶିକ୍ଷକଙ୍କ ଏହି ଆନ୍ଦୋଳନରେ କଲେଜ୍ ଅଧ୍ୟାପକ ଓ କର୍ମଚାରୀ ସଂଘ ସମେତ ୮ଟି ସଂଗଠନ ସାମିଲ ହୋଇଛନ୍ତି । ୨୪ ଘଂଟା ଭିତରେ ଦାବି ନମାନିଲେ ପାଠପଢା ବନ୍ଦ କରିବାକୁ ଧମକ ଦେଇଛନ୍ତି ଶିକ୍ଷକ ।

ଏହି ଅଲଟିମେଟମ ଆଜି ସନ୍ଧ୍ୟାରେ ଶେଷ ହେଉଛି । ୨୦୦୪, ୨୦୦୮, ୨୦୧୩ ଓ ୨୦୧୪ ରେ ଶିକ୍ଷକଙ୍କ ଦାବି ପୂରଣ ପ୍ରତିଶ୍ରୁତି ଦେଇ ସରକାର ଆଣିଥିଲେ ନୂଆ ନୂଆ ନିୟମ । ଯାହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଶିକ୍ଷକ ସଂଘ । ନଚେତ୍ ସରକାରଙ୍କୁ ସବୁଠି ଘେରିବା ସହ ସବୁକାମରେ ଅସହଯୋଗ କରିବାକୁ ଚେତାବନୀ ଦେଇଛନ୍ତି । ଫଳରେ ପିଲାଙ୍କ ପାଠପଢା ବ୍ୟାହତ ହେବା ଆଶଙ୍କା ସୃଷ୍ଟି ହୋଇଛି ।