ଶିକ୍ଷକ ସଂଘର ଆନ୍ଦୋଳନ ସ୍ଥଗିତ ! ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହାର

39

କନକ ବ୍ୟୁୁରୋ : ଶିକ୍ଷକ ସଂଘର ଆନ୍ଦୋଳନ ସ୍ଥଗିତ ହୋଇଛି । ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛି ସଂଘ । ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସଂଘ ସ୍ଥଗିତ ରଖିଛି । ୧୩ତାରିଖରେ ଶିକ୍ଷକ ସଂଘ ସହ ବିଭାଗୀୟ କମିଟି ବୈଠକ ଅଛି । ଏହାପରେ ୧୭ତାରିଖ ଦିନ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିରେ ଶିକ୍ଷକଙ୍କ ଦାବି ନେଇ ଆଲୋଚନା ହେବ । ତେବେ ଦାବି ପୂରଣ ନହେଲେ ପୁଣି ଡିସେମ୍ବର ୧ତାରିଖରୁ ଶିକ୍ଷକ ସଂଘର ଆନ୍ଦୋଳନ ଆରମ୍ଭ ହେବ ବୋଲି ସଂଘ କହିଛି । ଗ୍ରେଡ ପେ ବୃଦ୍ଧି ସହ, ଷଷ୍ଠ ବେତନ କମିଶନ ଅନୁସାରେ ପେନସନ ଓ ଶିକ୍ଷା ସହାୟକ ପଦବୀ ଉଚ୍ଛେଦ ଦାବିରେ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା । ଶିକ୍ଷକ ସଂଘ ଆନ୍ଦୋଳନରୁ ଓହରି ଥିବାବେଳେ ଏବେବି ଗୋଟିଏ ଗୋଷ୍ଠୀ ଧାରଣାରେ ବସିଛନ୍ତି ।