ଓଡିଶାରେ ତାଲିବାନୀ ଶାସନ ! ରାଜନୈତିକ ଚାନ୍ଦା ନଦେବାରୁ ଶିକ୍ଷୟିତ୍ରୀଙ୍କ ମୁହଁରେ ବୋଳିିଲେ କାଳି

46

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବଣପାରିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଲତା ଚୌଧୁରୀଙ୍କୁ କାଳି ବୋଳିବା ଘଟଣାର ଗୁମର ଫିଟିଛି । ଗତକାଲି କନକ ନ୍ୟୁଜରେ ପ୍ରସାରିତ ମନୋରଂଜନ ମିଶ୍ର ଲାଇଭ କାର୍ଯ୍ୟକ୍ରମରେ ସାମିଲ ହୋଇ ଶିକ୍ଷୟିତ୍ରୀ ଜଣକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମଧ୍ୟାହ୍ନ ଭୋଜନ ହଡପ ପାଇଁ ନୁହେଁ ଚାନ୍ଦା ନ ଦେବାରୁ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ କାଳି ବୋଳାଯାଇଥିବା ପୀଡିତା ଅଭିଯୋଗ କରିଛନ୍ତି । ଗାଁର ନାଏବ ସରପଂଚ ପ୍ରଭଞ୍ଜନ ମଲ୍ଲିକଙ୍କ ଇଙ୍ଗିତରେ ଲୋକେ ଆଇନକୁ ନିଜ ହାତକୁ ନେଇଥିବା ସେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ପ୍ରଭଞ୍ଜନ ମଲ୍ଲିକ ଶିକ୍ଷୟିତ୍ରୀ ସୁଲତା ଚୌଧୁରୀଙ୍କ ନାମରେ ଜାତିଆଣ ଆକ୍ଷେପ ଅଭିଯୋଗ ଆଣିଛନ୍ତି । ଶିକ୍ଷୟିତ୍ରୀ ଏନେଇ ଏତଲା ଦେଇଥିବା ବେଳେ ନ୍ୟାୟ ନମିଳିଲେ ଶିକ୍ଷକ ସଂଘକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବେ । ଏହାପରେ ଯଦି ସନ୍ତୋଷ ଜନକ ନ୍ୟାୟ ନମିଳେ ତେବେ ସେ ଆତ୍ମାହୂତୀ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଶିକ୍ଷୟିତ୍ରୀ ସୁଲତା ଚୌଧୁରୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-