ଚାକିରି ପ୍ରଧାନଶିକ୍ଷକ, ହେଲେ ଅଚଳାଚଳ ସମ୍ପତ୍ତିର ମାଲିକ । ୨ କୋଟି ୬୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତିର ଠାବ କଲା ଭିଜିଲାନ୍ସ ।

621

କନକ ବ୍ୟୁରୋ : ଚାକିରି ପ୍ରଧାନଶିକ୍ଷକ, ହେଲେ ଅଚଳାଚଳ ସମ୍ପତିର ମାଲିକ । ଆୟ ବର୍ହିଭୁକ୍ତ ସମ୍ପତି ଠୁଳ ଅଭିଯୋଗରେ ନବରଙ୍ଗପୁର ବାରଗାଁ ୟୁପି ସ୍କୁଲର ପ୍ରଧାନଶିକ୍ଷକ ରଂଜିତ କୁମାର ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲିଠାରୁ ରଂଜିତଙ୍କ ବାସଭବନ ସହ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା । ୨ କୋଟି ୬୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତି ଠାବ କରାଯାଇଛି ।

କେବଳ ବିଭିନ୍ନ ବ୍ୟାଙ୍କ ଆକାଉଂଟରେ ୭୦ ଲକ୍ଷ ଟଙ୍କା ଜମା ରହିଥିବା କହିଛି ଭିଜିଲାନ୍ସ । ଗୋଟିଏ ତିନି ମହଲା ଘର, ଗୋଟିଏ ଦୁଇ ମହଲା ଘର, ୬ଟି ପ୍ଲଟ୍, ୨ଟି ଚାରଚକିଆ ଗାଡ଼ି, ୨ଟି ବାଇକ୍ ରହିଛି ପ୍ରଧାନ ଶିକ୍ଷକଙ୍କ ମାଲିକାନାରେ । ୨୦ ଲକ୍ଷ ଟଙ୍କା ବୀମା ଓ ୬ ଲକ୍ଷ ଟଙ୍କା ଗହଣା ମଧ୍ୟ ଠାବ କରାଯାଇଛି ।