ଯୌନ ପିପାସୁ ଶିକ୍ଷକ ! ଛାତ୍ରୀ ମାନଙ୍କୁ ସାମ୍ନାରେ ଗାଧୋଇବାକୁ କରୁଥିଲା ବାଧ୍ୟ

58

ଗୁରୁ ଓ ଶିଷ୍ୟ ସଂପର୍କରେ ପୁଣି ଲାଗିଛି କଳଙ୍କ । ବିହାର ଔରଙ୍ଗାବାଦର ଏକ ସ୍କୁଲର ଜଣେ ଶିକ୍ଷକଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ । ଅଭିଯୁକ୍ତ ଶିକ୍ଷକ ଜଣକ ଛାତ୍ରୀ ମାନଙ୍କୁ ତାଙ୍କ ସାମ୍ନାରେ ଗାଧୋଇବାକୁ ବାଧ୍ୟ କରୁଥିଲେ । ଏହା ପରେ ଉକ୍ତ ଛାତ୍ରୀ ମାନଙ୍କ ସହ ଦୁଷ୍କର୍ମ କରୁଥିବାର ମଧ୍ୟ ଅଭିଯୋଗ ହୋଇଛି ।

ଦୀର୍ଘ ଦିନ ଧରି ଶିକ୍ଷକଙ୍କ ଶୋଷଣର ଶିକାର ହେଉଥିବା ଜଣେ ଛାତ୍ରୀ ଏହି ଘଟଣାର ପର୍ଦ୍ଦାଫାସ୍ କରିଛନ୍ତି । ସେ ଏନେଇ ଗାଁର ଓକିଲୋଙ୍କୁ ଚିଠି ଲେଖି ଜଣାଇଛନ୍ତି । ପୀଡିତା ଜଣକ ତାଙ୍କ ଚିଠିରେ ଲେଖିଛନ୍ତି ‘ ଆମ ସାର୍ ପ୍ରଥମେ ଆମ ଡ୍ରେସ୍ ଖୋଲି ତାଙ୍କ ସାମ୍ନାରେ ଗାଧୋଇବାକୁ ବାଧ୍ୟ କରୁଛନ୍ତି । ଆଉ ରାତିରେ ଯୌନ ଶୋଷଣ କରୁଛନ୍ତି’ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦୀର୍ଘ ଦିନ ଧରି ଏସବୁ ଚାଲିଥିଲେ ସୁଦ୍ଧା ଏଯାଏଁ କେହି ଏ ବିଷୟରେ ଟେର୍ ପାଇ ପାରି ନଥିଲେ ।

ସୂଚନା ଅନୁସାରେ, ଏହି ସ୍କୁଲରେ ପ୍ରାୟ ୧୨୦ ଜଣ ପିଲା ପଢନ୍ତି । ସେମାନଙ୍କ ମଧ୍ୟରୁ ୩୬ ଜଣ ହେଉଛନ୍ତି ଛାତ୍ରୀ । ସ୍ଥାନୀୟ ପୁଲିସ୍ ଏନେଇ ଅଧିକ ତଦନ୍ତ କରୁଛି । ତେବେ ଘଟଣାଟି ପ୍ରଘଟ ହେବା ପରେ ଅଭିଯୁକ୍ତ ଶିକ୍ଷକ ଫେରାର୍ ହୋଇଯାଇଛନ୍ତି ।