ଗୁଡ ମର୍ଣ୍ଣିଂ : ଜାଣନ୍ତୁ ସକାଳେ ଚା’ ପିଇବେ ନା କଫି, କ’ଣ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକର ?

38

ବହୁତ କମ ଲୋକ ଥିବେ ଯାହାଙ୍କୁ ଚା’ ଓ କଫି ଉଭୟ ପସନ୍ଦ । କିଛି ଲୋକଙ୍କୁ ଚା ପିଇବା ପସନ୍ଦ ଏବଂ କିଛି ଲୋକ କଫିର ସଉକ ରଖନ୍ତି, କିନ୍ତୁ କିଛି ଏମିତି ବି ଲୋକ ଅଛନ୍ତି ଯାହାଙ୍କୁ ଉଭୟ ଚା’ ଓ କଫି ପିଇବା ପସନ୍ଦ । କିନ୍ତୁ ଆପଣଙ୍କୁ ଜଣା କି ଏହି ଦୁଇଟି ପାନୀୟ ମଧ୍ୟରୁ କେଉଁଟା ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକର ।

କଳା, ସବୁଜ ଓ ଲେମ୍ବୁ ଚା’ର ଭଲ ପ୍ରଭାବ ଆମ ଶରୀର ଉପରେ ପଡେ । ଗ୍ରୀନ ଟି ଓଜନ କମାଇବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ଏହା କ୍ୟାନସରର ସମ୍ଭାବନାକୁ ବି କମାଇ ଦିଏ । ଚା’ର ଅଧିକ ସେବନ କରିବା ଦ୍ୱାରା କିଛି କ୍ଷତି ହୋଇନଥାଏ , ଅର୍ଥାତ ଦିନରେ ଆପଣ ୬ରୁ ୭ କପ ଚା’ ପିଇପାରିବେ ।

ରିପୋର୍ଟ ଅନୁସାରେ, ଚା’ ଭଳି କଫି ବି ସ୍ୱାସ୍ଥ୍ୟ ପାଇଁ ହିତକର । କିନ୍ତୁ ଏଥିରେ ଥିବା କୈଫିନ ଏହାକୁ କ୍ଷତିକାରକ ବନାଇ ଦିଏ । ଯଦି ଆପଣ ଅଧିକ କଫି ପିଅନ୍ତି, ତେବେ ଏହା ଆପଣଙ୍କ ଶରୀରକୁ ଚା’ ଠାରୁ ଅଧିକ କ୍ଷତି ପହଂଚାଇବ ।

ଏହା ବ୍ୟତୀତ ଅଧିକ କଫିର ସେବନ ଦ୍ୱାରା ନିଦ୍ରାହୀନତା ବି ହୋଇପାରେ । ପ୍ରତ୍ୟେହ ୩ ବା ୪ କପରୁ ଅଧିକ କଫି ପିଇବା ଉଚିତ ନୁହେଁ । କଫି ଓ ଚା’ ଉଭୟ ହୃଦୟ ପାଇଁ ଉପକାରୀ । ଚା’ ଓ କଫିରୁ ମିଳୁଥିବା ଆଣ୍ଟି -ଅକ୍ସିଡେଣ୍ଟ ହୃଦଘାତକୁ କମ କରେ ।