ପାର୍ଲାମେଣ୍ଟରେ ସତ୍ୟସାଇ ! ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ନେଇ ସତ୍ୟସାଇଙ୍କ ବେଶରେ ପାର୍ଲାମେଂଟ ଆସିଲେ ତେଲୁଗୁଦେଶମର ସାଂସଦ

26

କନକ ବ୍ୟୁରୋ: ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ତେଜିବାରେ ଲାଗିଛି । ପାର୍ଲାମେଂଟ ଭିତରେ ଓ ବାହାରେ ଏ ନେଇ ତେଲୁଗୁଦେଶମର ସାଂସଦ ପ୍ରତିବାଦ ଜାରି ରଖିଛନ୍ତି । ଏପରିକି ସାଂସଦମାନେ ବିଭିନ୍ନ ବେଶ ଧରି ପାର୍ଲାମେଂଟକୁ ଆସୁଛନ୍ତି । ଏଭଳି ଜଣେ ସାଂସଦ ଏନ.ଶିବପ୍ରସାଦ ପାର୍ଲାମେଂଟ ବାହାରେ ଅଭିନବ ପ୍ରତିବାଦ କରିଛନ୍ତି ।

ସତ୍ୟସାଇବାବା ବେଶରେ ଗତକାଲି ସେ ପାର୍ଲାମେଂଟକୁ ଆସିଥିଲେ । ସତ୍ୟସାଇବାବାଙ୍କ ବେଶ ଧରି ସେ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି କରିଥିଲେ । କେନ୍ଦ୍ରରେ ମୋଦି ସରକାରକୁ ପୂର୍ବରୁ ତେଲୁଗୁଦେଶମ ପାର୍ଟି ସମର୍ଥନ ଦେଇଆସିଥିଲା । କିନ୍ତୁ ପରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ନ ମିଳିବାକୁ ସମର୍ଥନ ପ୍ରତ୍ୟାହାର କରିଥିଲା । ଏହାକୁ ନେଇ ବି ଆନ୍ଧ୍ରପ୍ରଦେଶ ରାଜନୀତି ସରଗରମ ହୋଇଛି ।