ଟିସିଏସର ଏକ ବିରଳ ସଫଳତା ! ଯାହା ଏଯାଏଁ କୌଣସି ଭାରତୀୟ କମ୍ପାନୀ ହାସିଲ କରିପାରି ନାହାଁନ୍ତି ।

50

ଟାଟା କନ୍ସଲଟେନ୍ସି ସର୍ଭିସ, ସେୟାର ମାର୍କେଟରେ ଇତିହାସ ବନାଇବାରେ ସଫଳ ହୋଇପାରିଛି । ଟିସିଏସ ଏପରି ଏକ କମ୍ପାନୀ ହୋଇଯାଇଛି , ଯାହା ୧୦୦ ବିଲିୟନ ଡଲାର ବା ୬.୬୦ ଲକ୍ଷ କୋଟିର ସଫଳତା ହାସଲ କରିବାରେ ସକ୍ଷମ ହୋଇଛି । ମାର୍କେଟ କ୍ୟାପିଟାଲାଇଜେସନର କହିବା ଅନୁଯାୟୀ, ଟିସିଏସ ୧୦୦ ବିଲିୟନ ଡଲାର କ୍ଲବରେ ନିଜର ସ୍ଥାନ ବନାଇ ପାରିଛି । ଯାହା ଏଯାଏଁ କୌଣସି ଭାରତୀୟ କମ୍ପାନୀ ଏପରି ସଫଳତା ହାସଲ କରିପାରି ନାହିଁ ।

ପ୍ରଥମ ଘଣ୍ଟାରେ ହିଁ ଅତିକ୍ରମ କଲା ରେକର୍ଡ

ସୋମବାର ସେୟାର ମାର୍କେଟ ଖୋଲିବା ପରେ ପ୍ରଥମ ୧ ଘଣ୍ଟାରେ ହିଁ ଟିସିଏସର ସେୟାର ୪.୪୧ ପ୍ରତିଶତ ଛୁଇଁପାରିଥିଲା । ଶୁକ୍ରବାର ବଜାର ବନ୍ଦ ହେବା ପରେ ଟିସିଏସର ସେୟାର ୩,୪୦୨ ରେ ବନ୍ଦ ହୋଇଯାଇଥିଲା । ସୋମବାର ଦିନ ଟିଟିଏସର ସେୟାର ୩,୪୨୪ ରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଘଣ୍ଟା ଅତିକ୍ରମ ପୂର୍ବରୁ ହିଁ ଟିଟିଏସର ସେୟାର ୩,୫୪୫ ରେ ପହଞ୍ଚି ପାରିଥିଲା ।

୧୫ ମିନିଟରେ ମାର୍କେଟ କ୍ୟାପ ୬.୬୦ ଲକ୍ଷ କୋଟିରୁ ଅଧିକ

ଏନ.ଏସ.ଇ ଆକଳନ ଅନୁଯାୟୀ , ୧୫ ମିନିଟରେ ହିଁ ଟିସିଏସର ମାର୍କେଟ କ୍ୟାପ ୬,୬୨,୭୨୬.୩୬ କୋଟିରୁ ଅଧିକ ହୋଇପାରିଥିଲା । ଠିକ ସେହିଭଳି ଶୁକ୍ରବାର ଦିନ ଟିଟିଏସର ସେୟାର ପ୍ରାୟ ୪୦,୦୦୦ କୋଟି ଟଙ୍କାର ଫାଇଦା ହୋଇପାରିଥିଲା । ତେବେ କମ୍ପାନୀର ଭ୍ୟାଲୁଏସନ ଅନୁଯାୟୀ ଏହା ଏକ ବଡ ସଫଳତାରେ ପରିଣତ ହୋଇପାରିଛି ।

ପୂର୍ବବର୍ଷ ଏପ୍ରିଲ ମାସରେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲିଏନ୍ସ ଇଣ୍ଡଷ୍ଟ୍ରୀ (ଆର.ଆଇ.ଏଲ) ମାର୍କେଟ କ୍ୟାପ ମାମଲାରେ ଦେଶର ସର୍ବଶ୍ରେଷ୍ଠ କମ୍ପାନୀ ଥିଲା । ସେହି ସମୟରେ ଆର.ଆଇ.ଏଲର ବଜାର ପଞ୍ଜୀକରଣ ମୂଲ୍ୟ ୪,୬୦,୫୧୮.୮୦ କୋଟି ଟଙ୍କା ହୋଇଥିଲା । କିନ୍ତୁ ଏହି କମ୍ପାନୀ କ୍ଲବରେ ପହଞ୍ଚି ପାରିନଥିଲା । ତେବେ ଗତବର୍ଷ ଆର.ଆଇ.ଏଲ ମାର୍କେଟ କ୍ୟାପ ମାମଲାରେ ଟିଟିଏସକୁ ପଛରେ ପକାଇ ଆଗକୁ ଚାଲିଯାଇଥିଲା । କିନ୍ତୁ ଚଳିତ ବର୍ଷ ଆର.ଆଇ.ଏଲ କମ୍ପାନୀ ଟିଟିଏସର ଆଖପାଖରେ ବି ପହଞ୍ଚି ପାରିନାହିଁ ।

ଟିଟିଏସ କମ୍ପାନୀ କ୍ଲବରେ ସାମିଲ ହେବା ପରେ କମ୍ପାନୀର ଚେୟାରମ୍ୟାନ ଏନ. ଚନ୍ଦ୍ରଶେଖରନ କହିଥିଲେ ଏହି ସଫଳତା ପାଇବା ପାଇଁ କମ୍ପାନୀ ବହୁ ଦିନରୁ ଅପେକ୍ଷା କରିଥିଲା । ସେ ଏହା ମଧ୍ୟ କହିଛନ୍ତି ଆଗାମୀ ସମୟରେ କମ୍ପାନୀ ଆହୁରି ଆଗକୁ ଅଗ୍ରସର କରିବ ।