ସରାହା ପରି ଆସିଲା ଟିବିଏଚ୍ ଆପ୍ ! ଅଳ୍ପ ଦିନରେ ହେଲା ଲୋକପ୍ରିୟ, ଏପର୍ଯ୍ୟନ୍ତ ୫୦ ଲକ୍ଷ ଲୋକ ଡାଉନଲୋନ କରିଛନ୍ତି ଆପ୍

42

କିଛି ମାସ ପୂର୍ବରୁ ଆସିଥିଲା ସରାହା ଆପ୍ । ଆସୁ ଆସୁ  ସରାହା ଆପର କ୍ରେଜ ବହୁତ ଥିଲା । ସରାହା ଆପ ଆସିବା ପରେ ପ୍ରାୟ ସମସ୍ତେ ଏହାକୁ ଡାଉନଲୋଡ଼ କରି ଲୁଚିକି ନିଜ ନିଜ ବନ୍ଧୁଙ୍କୁ ମସେଜ କରୁଥିଲେ । କିନ୍ତୁ କିଛି ଦିନ ପରେ ଏହି ଆପର କ୍ରେଜ୍ କମିଗଲା । ଏବେ ଆଉ ଏକ ନୂଆ ମେସେଜିଙ୍ଗ ଆପ ଆସିଛି । ଯାହାର ନାମ ହେଲା ଟିବିଏଚ୍ । ଏହି ଆପ ଅଳ୍ପ ଦିନରେ ଏତେ ଲୋକପ୍ରିୟ ହୋଇଯାଇଛି ଫେସବୁକ ଏହି ଆପକୁ ୬୫୦ କୋଟିରେ କିଣି ନେଇଛି । ଏହି ଆପ ବତ୍ତର୍ମାନ ପର୍ଯ୍ୟନ୍ତ ଭାରତରେ ବେଶୀ ଲୋକପ୍ରିୟ ହୋଇପାରି ନାହିଁ ।  ଆମେରିକାରେ ଏହି ଆପ ବେଶ ଲୋକପ୍ରିୟ ହୋଇଛି ।

ସେଠାରେ ସମସ୍ତେ ଏହି ଆପକୁ ଇନଷ୍ଟୋଲ କରୁଛନ୍ତି । ଟିବିଏଚର ଫୁଲ ଫର୍ମ ହେଲା ‘ଟୁ ବି ଅନେଷ୍ଟ’ । ଏହି ଆପ ସ୍କୁଲରେ ପଢ଼ୁଥିବା ୪ ଜଣ ବନ୍ଧୁ ତିଆରି କରିଛନ୍ତି । ୪ ବନ୍ଧୁ ଯୁବଗୋଷ୍ଠୀଙ୍କ ରୁଚିକୁ ଧ୍ୟାନରେ ରଖି ଏହି ଆପ୍ ତିଆରି କରିଛନ୍ତି । ଏଥିରେ ଗ୍ରାହକଙ୍କ ଫିଡ଼ବ୍ୟାକ ନେବାର ସୁବିଧା ରହିଛି । ଏହି ମେସେଜିଙ୍ଗ୍ ଆପ୍ ଜରିଆରେ ଆପଣ ଅନ୍ୟ ମେସେଜିଙ୍ଗ୍ ଆପ ପରି ଚାଟ କରିପାରିବେ ନାହିଁ । ଏହି ଆପ୍ ଏବେ ପର୍ଯ୍ୟନ୍ତ ପାଖାପାଖି ୫୦ ଲକ୍ଷ ଲୋକ ଡାଉନଲୋଡ଼ କରିସାରିଛନ୍ତି । ଏବଂ ୨୫ ଲକ୍ଷ ଲୋକ ଏହି ଆପରେ ଏବେ ସକ୍ରିୟ ଅଛନ୍ତି । ତେବେ ଏହି ଆପ କେବଳ ଆଇଫୋନ ଗ୍ରାହକଙ୍କ ପାଇଁ ଉପଲବ୍ଧ ଅଛି । କିନ୍ତୁ ଫେସବୁକ ଏହି ଆପକୁ କିଣିବା ପରେ ଏହି ଆପ ଖୁବ ଶୀଘ୍ର ପ୍ଲେ ଷ୍ଟୋରକୁ ଆସିଯିବ ।

ଆସନ୍ତୁ ଜାଣିବା ଏହି ଆପ୍ କିପରି କରିବ କାମ –

– ଟିବିଏଚରେ ଆପଣଙ୍କ ପରିଚୟ ସମ୍ପୂର୍ଣ୍ଣ ରୂପେ ସାର୍ବଜନୀନ ରହବି

 – ଏହି ଆପକୁ ବ୍ୟହାର କିରବା ପାଇଁ ଏକ ଅନଲାଇନ ପୋଲରେ ଭାଗ ନେବାକୁ ପଡ଼ିବ ।

– ଏଥିରେ ଆପଣଙ୍କୁ ଏପରି କିଛି ପ୍ରଶ୍ନ କରାଯିବ, ଯେଉଁଠି ଆପଣଙ୍କୁ ନିଜର କିଛି ବନ୍ଧୁଙ୍କ ନାମ ଦେବାକୁ ପଡ଼ିବ

 – ଯେଉଁ ବନ୍ଧୁୁର ନାମ ନେବେ ତାଙ୍କ ପାଖରେ ନୋଟିପିକେସନ ପହଞ୍ଚିଯିବ ।