ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ପ୍ରତି ମାସ ମିଳିବ ୫୦୦ ଟଙ୍କା : ରୋଗର ନିରାକରଣ ପାଇଁ ଯୋଜନାର ସମୟ ସୀମାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ସଂଶୋଧିତ କରାଯାଇଛି

61

ଟି.ବି ପୀଡିତଙ୍କ ପାଇଁ ଏହି ଖବର ଖାସ ହୋଇପାରେ । ସୂଚନା ମୁତାବକ, ଏହି ରୋଗୀଙ୍କୁ ଭଲ ପୋଷଣ ଦରକାର ଥିବାରୁ ପୀଡିତଙ୍କୁ ପ୍ରତି ମାସ ୫୦୦ ଟଙ୍କା ପ୍ରଦାନ କରାଯିବ । ଏହି ଅର୍ଥରାଶି ପୀଡିତଙ୍କୁ ସିଧା ତାଙ୍କର ବ୍ୟାଙ୍କ ଆକାଉଣ୍ଟ କୁ ଯୋଗାଇ ଦିଆଯିବ । ସୂଚନାଯୋଗ୍ୟ, ବ୍ୟୟ ବିତ୍ତୀୟ ସମିତି ଆୟ ଅନୁସାରେ ଟି.ବି ରୋଗୀଙ୍କ ଉପଚାର ସମୟରେ ତାଙ୍କୁ ପ୍ରତି ମାସ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ମଂଜୁରୀ ଦିଆଯାଇଛି । ଜାତୀୟ କୈାଶଳ ଯୋଜନା ୨୦୩୦ ପର୍ଯ୍ୟନ୍ତ ଟି.ବି ର ନିରାକରଣ କରିବା ପାଇଁ ଏହି ଯୋଜନା କରାଯାଇଛି । ତାହାର ସମୟ ସୀମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସଂଶୋଧିତ କରାଯାଇଛି ।

ବ୍ୟୟ ବିଭାଗ ସମିତି ଦ୍ୱାରା ମୋଟ ବାର୍ଷିକ ଖର୍ଚ୍ଚ ସ୍ୱୀକୃତ କରାଯାଇଛି । ଏହି ଯୋଜନାକୁ ଅନ୍ତିମ ମଂଜୁରୀ ମିଳିବା ପୂର୍ବରୁ ପ୍ରଥମେ ସମସ୍ତ ଯୋଜନାକୁ ବ୍ୟୟ କରିବାକୁ ପଡିବ, ଯାହାକି ୨୬ ଲକ୍ଷ ରୋଗୀଙ୍କ ପାଇଁ ୯୦୦ କୋଟି ଟଙ୍କା ଆସିଛି । ପ୍ରକୃତ ପ୍ରୋତ୍ସାହନ ରାଶି ୪୦୦୦ କୋଟି ଥିଲା । ଟି.ବି ଯୋଜନା ଅଟକି ରହିଯାଇଥିବାର ପ୍ରାଥମିକ କାରଣ ଏହା ଥିଲା । ଭାରତ ଦୁନିଆର ସବୁଠାରୁ ବଡ ଟି.ବି ରୋଗୀଙ୍କ ଦେଶ । ଜୀବାଣୁ ସଂକ୍ରମଣ ଜନିତ ପ୍ରତି ବର୍ଷ ଆନୁମାନିକ ୪.୮୦ ଲକ୍ଷ ଭାରତୀୟ ଏବଂ ପ୍ରତିଦିନ ୧,୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୁଏ । ଭାରତରେ ପ୍ରତି ବର୍ଷ ୧୦ ଲକ୍ଷରୁ ଅଧିକ ଲୋକଙ୍କ ନିଖୋଜ ମାମଲା ବି ଅଛି, ଯାହାକୁ ଅଧିସୂଚିତ କରାଯାଏ ନାହିଁ । ଏବଂ ଅଧିକାଂଶ ଅନିୟନ୍ତ୍ରିତ ବା ବେଆଇନ ଓ ଅପର୍ଯ୍ୟାପ୍ତ ରୂପରେ ନିଦାନ ଓ ପ୍ରାଇଭେଟ କ୍ଷେତ୍ରରେ ଚିକିତ୍ସା କରାଯାଏ ।