ଲୋକସଭାରେ ଦ ଟେକ୍ସେସନ ଲ’ ସେକେଣ୍ଡ ଆମେଣ୍ଡମେଂଟ ୨୦୧୬ ବିଲ ପାରିତ

37

କନକ ବ୍ୟୁରୋ : ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିନା ଚର୍ଚ୍ଚାରେ ପାରିତ ହୋଇଛି ଦ ଟେକ୍ସେସନ ଲ’ ସେକେଣ୍ଡ ଆମେଣ୍ଡମେଂଟ ୨୦୧୬ ବିଲ । ଏହି ବିଧେୟକ ଏବେ ରାଜ୍ୟସଭାକୁ ଯିବ । ଯେହେତୁ ଏହା ଏକ ଅର୍ଥ ବିଧେୟକ ହୋଇଥିବାରୁ ରାଜ୍ୟସଭାରେ ପାରିତ ହେବାରେ କୌଣସି ଅସୁବିଧା ନାହିଁ । ଏହି ବିଲ ଆଇନରେ ପରିଣତ ହେବା ପରେ ସରକାର କଳାଧନରୁ ମୋଟା ଅଙ୍କର ଟିକସ ଆଦାୟ କରି ଗରିବଙ୍କ ବିକାଶ ଲାଗି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି ।

ଦ ଟେକ୍ସେସନ ଲ’ ସେକେଣ୍ଡ ଆମେଣ୍ଡମେଂଟ ୨୦୧୬ ବିଲ ଆଇନରେ ପରିଣତ ହେଲେ, ବ୍ୟାଙ୍କରେ କଳାଧନ ଜମା ରଖିଥିବା ଲୋକଙ୍କ ଠାରୁ ସରକାର, ୫୦ ପ୍ରତିଶତ ଟିକସ ଆଦାୟ କରିବେ । ଏଥିସହ ତାଙ୍କ ଜମାରାଶିର ୨୫ ପ୍ରତିଶତକୁ ବିନା ସୁଧରେ ବ୍ୟାଙ୍କରେ ୪ ବର୍ଷ ପାଇଁ ରଖିପାରିବେ । ଏଥିରୁ ମିଳିବାକୁ ଥିବା ଧନକୁ ଗରିବଙ୍କ ବିକାଶ କାମରେ ଖର୍ଚ୍ଚ କରାଯିବ ।