ମ୍ୟାଡମ ତଭଲିନ୍ ସିଂ, ଆପଣ କେଉଁ ଓଡିଶାକୁ ଦେଖିଛନ୍ତି ଜାଣିନି, ହେଲେ ଗରୀବିର ଚଷମା ଟିକେ ଓହ୍ଲାଇ ଓଡିଶାକୁ ଦେଖନ୍ତୁ ।

36

ନୂଆଦିଲ୍ଲୀ ସ୍ଥିତ ପ୍ରଖ୍ୟାତ ସ୍ତମ୍ଭକାର, ରାଜନୈତିକ ସମୀକ୍ଷକ ତଥା ଲେଖକ ତଭଲିନ ସିଂହ ଓଡିଶା ବାବଦରେ ବିବାଦୀୟ ଟିପ୍ପଣୀ ଦେଇ ସମାଲୋଚନାର ଶିକାର ହୋଇଛନ୍ତି । ଏହି ୬୭ ବର୍ଷିୟା ସାମ୍ବାଦିକା ଜଣକ ଓଡିଶାର ଗରୀବିକୁ ନେଇ ଟ୍ୱିଟ କରିବା ପରେ ବିବାଦରେ ଛନ୍ଦି ହୋଇଯାଇଥିଲେ ।

ଟ୍ୱିଟରରେ ଗୋଟିଏ ଫଟୋ ପୋଷ୍ଟ କରି ତଭଲିନ୍ ସିଂ ଲେଖିଥିଲେ, ଓଡିଶାର ଗାଁରେ ଏହି ଫାଷ୍ଟ ଫୁଡ ସେଂଟର । ହେଲେ ୨୦ ବର୍ଷ ଆଗରୁ ଏଠି ମା’ ତାର ଛୁଆକୁ ବିକ୍ରି କରି ଖାଦ୍ୟ କିଣୁଥିଲେ । ତଭଲିନଙ୍କ ଏହି କଟାକ୍ଷ ପରେ ଓଡିଶାର ଲୋକେ ଚୁପ୍ ବସିଥାନ୍ତେ ବା କେମିତି । ଆରମ୍ଭ ହୋଇଥିଲା ସମାଲୋଚନାର ଧାରା ।

ଓଡିଶାର ଏକ ତୁଳନାତ୍ମକ ଚିତ୍ର ଦେଖାଇବାକୁ ଚେଷ୍ଟା କରିଛନ୍ତି । ୨୦ ବର୍ଷ ପୂର୍ବର ଓଡିଶା ଓ ଆଜିର ଓଡିଶା ଭିତରେ ଥିବା ପାର୍ଥକ୍ୟ ଦେଖାଇଛନ୍ତି । ହେଲେ ତଭଲିନଙ୍କ ଏହି ଟ୍ୱିଟକୁ ସହଜରେ ଗ୍ରହଣ କରିନାହାନ୍ତି ଓଡିଆ ଲୋକ । ଟ୍ୱିଟରରେ ତଭଲିନଙ୍କୁ ଦିଆଯାଇଥିବା କିଛି କଡା ଟ୍ୱିଟ ଉପରେ ନଜର ପକାନ୍ତୁ ।