ଏସିୟ ଦୌଡକୁଦ ପ୍ରତିଯୋଗିତାରେ ବିଜେପି ନେତାଙ୍କ ଅନୁପସ୍ଥିତି ନେଇ ତଥାଗତଙ୍କ ବିବାଦୀୟ ବୟାନ ! କହିଲେ, ଛୋଟ ଲୋକମାନେ ଓଡିଶାର ସଫଳତା ସହିପାରୁ ନାହାନ୍ତି

32

କନକ ବ୍ୟୁରୋ : ଏସିଆନ୍ ଆଥଲେଟିକ୍ ମିଟ୍ ସଫଳତାର ସହ ସମାପନ ହେବା ପରେ ବିବାଦୀୟ ବୟାନ ରଖିଛନ୍ତି ବିଜେଡି ସାଂସଦ । ବିଜେପି ଏକ ପ୍ରକାର ଏହି କାର୍ଯ୍ୟକ୍ରମକୁ ବୟକଟ କରିଥିଲା । ଉଦଘାଟନୀ କିମ୍ବା ଉଦଯାପନୀ ଉତ୍ସବରେ ସାମିଲ ହୋଇନାହାନ୍ତି ବିଜେପିର କେନ୍ଦ୍ରମନ୍ତ୍ରୀ, ବିଧାୟକ କିମ୍ବା ନେତା ।

ଏହି ପରିପ୍ରେକ୍ଷୀରେ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ସାଂସଦ ତଥାଗତ ଶତପଥୀ । କହିଛନ୍ତି, ହୀନମନ୍ୟତାର ଉତ୍ତର ନାହିଁ ଏବଂ ଛୋଟ ଲୋକମାନେ ଓଡିଶାର ସଫଳତାକୁ ସହିପାରୁ ନାହାନ୍ତି । ସେପଟେ ଠିକ୍ ଭାବରେ ନିମନ୍ତ୍ରଣ କରାଯାଇ ନଥିଲା, ତେଣୁ କୌଣସି ମନ୍ତ୍ରୀ ବା ବିଧାୟକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଚାହିଁଲେ ନାହିଁ ବୋଲି ବିଜେପି କହିଥିଲା ।