ବିଜେଡିକୁ ଭାଙ୍ଗିବାକୁ ବିଜେପିର ମସୁଧା ! ତଥାଗତଙ୍କ ଟ୍ୱିଟ୍ ବୋମା ପରେ ବିଜେଡି ଶିବିରରେ ଭୂକଂପ

31

କନକ ବ୍ୟୁରୋ : ୧୭ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡିକୁ ଭାଙ୍ଗିବାକୁ ପ୍ରୟାସ କରୁଛି ବିଜେପି । ଉଭୟ ସଂସଦ ଆଉ ବିଧାନସଭା ପାଇଁ ଚାଲିଛି ଷଡଯନ୍ତ୍ର । ତାମିଲନାଡୁରେ ଏଆଇଏଡିଏମକେ ଭଳି ରାଜ୍ୟରେ ବିଜେଡିକୁ ଭାଗ ଭାଗ କରିଦେବାକୁ ଚାଲିଛି ପ୍ରୟାସ । ଅର୍ଥାତ୍ ନବୀନଙ୍କ ନାକ ତଳେ ଦଳ ହୋଇଯିବ ଦୁଇ ଭାଗ । କିଛି ଏଭଳି ଢଂଗରେ ଆସିଥିଲା ଢେଙ୍କାନାଳ ସାଂସଦଙ୍କ ସାଂଘାତିକ ଟୁଇଟ୍ ।

ଖାଲି ଏତିକି ନୁହେଁ, ଟ୍ୱିଟ୍ କରି କହିଲେ, ବିଜେଡିର ନାଁ ଆଉ ଚିହ୍ନକୁ ନେଇଯିବାକୁ ଚାଲିଛି ମସୁଧା । ଆଉ ଏଥିରେ ଜଣେ ସାଂସଦ ବି ତାଙ୍କ ପାଇଁ କାମ କରୁଛନ୍ତି । ଯଦି ଦଳରେ ବିଭାଜନ ଘଟେ ତେବେ ଆଗୁଆ ନିର୍ବାଚନ କରିବାକୁ ବିଜେପି ଚିନ୍ତା କରିବ । ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ ସହ ମିଶାଇ ନିର୍ବାଚନ କରିବା ପାଇଁ ଯୋଜନା ରହିଛି । ତେବେ କଣ ଏଥିରେ ନିର୍ବାଚନ କମିଶନ ସହଯୋଗ କରିବେ?

ରାଜ୍ୟ ରାଜନୈତିକ ଦୃଶ୍ୟପଟରେ ବିଜେପି ଆଉ ବିଜେଡି ଭିତରେ ଲଢେଇ ତୀବ୍ର ହେଉଛି । ହେଲେ ଏହି ଟୁଇଟ୍ ପଛରେ ଏବେ ଆସିଛି ନାନା ଥିଓରୀ ।

– ବିଜେଡିର ଏହି ଅଭିଜ୍ଞ ସାଂସଦଙ୍କ ଟ୍ୱିଟ୍ ସରିଜ୍ ପଛର ଉଦେଶ୍ୟ କଣ?
– ନିଜର କିଛି ଅନ୍ତର୍ନିହିତ ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ଯାଇ ଏହି ଟ୍ୱିଟ୍ କରିଛନ୍ତି କି?
– ନବୀନ ତଥାଗତଙ୍କ ସହ ଆଲୋଚନା କରିବେ କି?
– କେଉଁ ତଥ୍ୟ ଆଧାରରେ ତଥାଗତ ଟ୍ୱିଟ କଲେ, ତାର ଖବର ସଂଗ୍ରହ କରିବେ କି?

ତେବେ ତଥାଗତଙ୍କ ଟ୍ୱିଟ୍ ଗୋଟିଏ ଦିଗକୁ ଦର୍ଶାଉଛି, ଦିଲ୍ଲୀରେ ବିଜେପି ସଂସଦୀୟ ଦଳ ଭାଗ ଭାଗ । ନେତାଙ୍କ ମନ ଏକ ନାହିଁ । ନବୀନଙ୍କ ପଛରେ ସମସ୍ତେ ଦୃଢ ଭାବେ ଠିଆ ହୋଇନାହାନ୍ତି । ଦଳ ଧୀରେ ଧୀରେ ଦୁର୍ବଳ ହେଲାଣି । କିଏ କେତେବେଳେ କେଉଁ ପୋଖରୀକୁ ଡେଇଁବ ତା’ମଧ୍ୟ ଅସ୍ପଷ୍ଟ । ମୁଖିଆ ଭୁବନେଶ୍ୱର ଖବର ରଖୁଥିବା ବେଳେ ଦିଲ୍ଲୀ ହାତମୁଠାରୁ ଖସିଗଲାଣି । ଯେଉଁଠି ନେତା ମନ୍ତବ୍ୟ ଦେବାକୁ ଡରୁଥିଲେ, ଆଜି ଖୋଲାଖୋଲି ଦଳର ଭିତର କଥା ସାର୍ବଜନୀନ କଲେଣି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –