ରାଜ୍ୟ ବିଜେପି ନେତାଙ୍କୁ କଟାକ୍ଷ କଲେ ବିଜେଡି ସାଂସଦ ତଥାଗତ ଶତପଥୀ

35

କନକ ବ୍ୟୁରୋ: ରାଜ୍ୟ ବିଜେପି ନେତାଙ୍କୁ ବିଜେଡି ସାଂସଦ ତଥାଗତ ଶତପଥୀଙ୍କ କଟୁ ସମାଲୋଚନା । ରାଜ୍ୟ ବିଜେପି ନେତାଙ୍କୁ ବାଛୁରୀଙ୍କ ସହ ତୁଳନା କରିଛନ୍ତି ବିଜେଡି ସାଂସଦ । ରାଜ୍ୟ ବିଜେପି ନେତାମାନେ ବାଛୁରୀ ବି ହୋଇ ନାହାଁନ୍ତି । ଆଗକୁ ବଦଳ ହେବ କି ଗାଈ ହେବେ ଜଣା ନାହିଁ । କେବଳ ଷେଣ୍ଢ ଭଳି ହେଉଛନ୍ତି ବୋଲି ସାଂସଦ କଟାକ୍ଷ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଡ଼ ଧରୁଛନ୍ତି ବୋଲି ବି ତଥାଗତ କହିଛନ୍ତି । ମୋଦି ଯେତେବେଳେ ନବୀନଙ୍କ ଗୋଡ଼ ଧରୁଛନ୍ତି ରାଜ୍ୟ ବିଜେପି ନେତାମାନେ କିଏ ବୋଲି ଆପେକ୍ଷ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି ବିଜେଡି ସାଂସଦ । ମୁଖ୍ୟମନ୍ତ୍ରୀଙ୍କ ଧନ ଲୋଭ ନାହିଁ । କେବଳ ଯାହା ରାଜ୍ୟର ଲୋକଙ୍କ ସ୍ୱାର୍ଥ ପାଇଁ ମାତିଛନ୍ତି ବୋଲି ତଥାଗତ କହିଛନ୍ତି ।

ଢ଼େଙ୍କାନାଳ ଜିଲ୍ଲାର ବିିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏଭଳି ସମାଲୋଚନା କରିଛନ୍ତି ତଥାଗତ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –