ଦେବୀ ମିଶ୍ରଙ୍କୁ ତଥାଗତ ଶତପଥୀଙ୍କ ଆପତ୍ତିଜନକ ମନ୍ତବ୍ୟ ! ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି

67

କନକ ବ୍ୟୁରୋ : ଦେବୀ ମିଶ୍ରଙ୍କୁ ତଥାଗତ ଶତପଥୀଙ୍କ ଆପତ୍ତିଜନକ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । ତାରା କହିଛନ୍ତି ଦେବୀ ମିଶ୍ର ଜଣେ ବରିଷ୍ଠ ମନ୍ତ୍ରୀ । ତାଙ୍କୁ ଏଭଳି କହି ହେବ ନାହିଁ । କିନ୍ତୁ ବିଜେଡିରେ ଅନେକ ଚୋର ଅଛନ୍ତି । ମନ୍ତ୍ରୀମଣ୍ଡଳରେ ମଧ୍ୟ ଅନେକ ଦୁର୍ନୀତିଖୋର ଲୋକ ଅଛନ୍ତି ।

ଏହା ସହ କଂଗ୍ରେସ ଦଳ ଉପରେ ତଥାଗତ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ମଧ୍ୟ ଖଣ୍ଡନ କରିଛନ୍ତି ତାରା । କହିଛନ୍ତି କଂଗ୍ରେସ ଦଳ ଦେଶକୁ ସ୍ୱାଧିନତା ଆଣି ଦେଇଥିଲା । ମହାତ୍ମା ଗାନ୍ଧିଙ୍କ ଦଳକୁ ଏପରି କହିବା ଉଚିତ ନୁହେଁ । ତଥାଗତଙ୍କ ମାଆ ଓଡିଶାର ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ଦେହରେ ମଧ୍ୟ କଂଗ୍ରେସ ରକ୍ତ ପ୍ରବାହିତ । ତେଣୁ ଯଦି ତଥାଗତ ଏପରି କହୁଛନ୍ତି ତେବେ ବିଜେପି ବିଜେଡି ନଉଁଛନ୍ତି କେମିତି ବୋଲି ପ୍ରଶ୍ନ କରିଛନ୍ତି ତାରା ।